ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
ଛତ୍ରପୁର, (ଓ୍ବାଇଏନଏସ) : ନଦୀ କୂଳଘାଇ ଖସଡାରେ ଗୋଡ ଖସି ମହିଳାଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ସେଠାରେ ପାହାଚ ନିର୍ମାଣ ସକାଶେ ପୁରୁଷୋତ୍ତମପୁର ଥାନା ହୁଣ୍ଡତ ଗ୍ରାମବାସୀ ମାନେ ଆଜି ଜିଲ୍ଲାପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି । ହୁଣ୍ଡତ ଗ୍ରାମ ନିକଟରେ ଋଷିକୂଲ୍ୟା ନଦୀ ଅଛି । ସେହି ନଦୀରେ କୂଳଘାଇ ତିଆରି ହୋଇସାରିଛି ଯାହାଦ୍ୱାରା ନଦୀକୁ ଯିବା ପାଇଁ ରାସ୍ତା ବହୁତ ଉଚ୍ଚତା ଏବଂ ବର୍ଷାଦିନରେ ଖସଡା ହୋଇଯାଏ । ଏହାଦ୍ୱାରା ଗ୍ରାମର ପଦ୍ମାସେଠୀ (୫୦) ସେ ଗାଧେଇବାକୁ ଗଲା ବେଳେ ଗତ୧୪ ତାରିଖ ଦିନ ଗୋଡ ଖସି ତଳେ ଗଡି ଗଡି ଯାଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କୂଳଘାଇରେ ପାହାଚ ନିର୍ମାଣ କରିବା ନିମନ୍ତେ ପୂର୍ବରୁ ବହୁଥର ଜଳସେଚନ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଇ ନାହିଁ । ଯାହାଦ୍ୱାରା ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏଣୁ ଗ୍ରାମବାସୀଙ୍କ ହିତ ନିମନ୍ତେ ଯାଥା ଶୀଘ୍ର ପାହାଚ ନିର୍ମାଣ କରିବା ନିମନ୍ତେ ସେମାନେ ଏକ ଲିଖିତ ଦାବୀ ପତ୍ର ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭେଟି ପ୍ରଦାନ କରିଛନ୍ତି । ଏହା ସହିତ ହୁଣ୍ଡତ ଗ୍ରାମ ପଞ୍ଚୁଦଳ ତୋଟା ଠାରୁ ରଣଝାଲି ଗ୍ରାମ ପର୍ଯ୍ୟନ୍ତ ରାସ୍ତା କଡରେ ଥିବା ବାଉଁଶ ଗଛ କାଟିବା ନିମନ୍ତେ ସେମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଏହି ଦାବୀ ପତ୍ର ପ୍ରଦାନ ବେଳେ ଚନ୍ଦ୍ରଶେଖର ପାଢି , ଦୁର୍ଗା ପ୍ରସାଦ ପାଢିଙ୍କ ସମେତ ବହୁଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।


