ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର,(ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁ ିତ ହୋଇଯାଇଛି । । ଜିଲାରେ ବେଆଇନ ମଦ କାରବାର,ଚୋରାଚାଲାଣ ରୋକିବାକୁ କୁହାଯାଇଛି ଏକ ଏନଫୋସମେଂଟ ଟିମ ଗଠନ କରି ଚଢାଉକୁ ଜୋରଦାର କରିବାକୁ କୁହାଯାଇଛି ।  ସେହିପରି ସଡକ ଦୃର୍ଘଟଣା ସଂଖ୍ୟା ହ୍ରାସ ପାଇଁ ଆରଟିଓ ଙ୍କ ପକ୍ଷରୁ ଅଧିକରୁ ଅଧିକ ଏନଫୋସମେଂଟ କରିବାକୁ କୁହାଯାଇଥିଲା । ଜିଲାରେ ମୃତ୍ୟୁ ବ୍ୟକ୍ତିଙ୍କ ଉତରାଧିକାରୀଙ୍କ ନାମରେ ପଟ୍ଟା ସଂଶୋଧନ ପ୍ରକ୍ରିୟା ଜାରି ରହିଛି । ୬୯ ହଜାର ୬୨୩ ଟି ପଟ୍ଟା ସଂଶୋଧନ ପାଇଁ ସର୍ଭେ ହୋଇଥିବା ବେଳେ ୩୧ ହଜାର ୨ ପଟ୍ଟା ସଂଶୋଧନ ହୋଇସାରିଥିବା ବେଳେ ବଳକା ତୁରନ୍ତ କରିବାକୁ ତହସିଲଦାରମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲାରେ ୯  ତହସିଲ ଅଧିନରେ ୨୩ଟି ଗ୍ରାମରେ ହାଇଟେକ ସର୍ଭେ  ଚାଲିଛ, ତାହା ଏକ ଏଜେନ୍ସି ଜରିଆରେ କରାଯାଉଛି ତୁରନ୍ତ ସାରିବାକୁ ବୈଠକରେ ତହସିଲଦାର ମାନଙ୍କୁ ଜିଲାପାଳ କହିଥିଲେ । ବସୁଧା ଗ୍ରାମାଚଂଳରେ ଭୂମିହୀନ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରୀ ଜମି ଯୋଗେଇ ଦିଆଯିବ,ତେଣୁ ଜିଲାରେ କେତେ ସଂଖ୍ୟକ ଭୂମିହୀନ ପରିବାର ରହିଛନ୍ତି ତାହା ଚିହ୍ନଟ କରିବା ସହ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ କୁହାଯାଇଥିବା ବେଳେ ବସୁନ୍ଧରା ଯୋଜନାରେ ୬୨୯ ଜଣ ଭୂମିହୀନ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଆହୁରି ୯୦୦ ଜଣକୁ ଜମିପଟ୍ଟା ପ୍ରଦାନ କରାଯିବ । ତୁରନ୍ତ ଏହି କାମ ସାରିବାକୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ନଜସ୍ୱ ଜମିପଟ୍ଟା ନଥିବାରୁ ଘର ନିର୍ମାଣ କରିପାରୁନଥିଲା ।  ୧୧୧ ଜଣ ଯୋଗ୍ୟ ହିତାଧିକାରୀ ରହିଥିବା ବେଳେ ୨୫ ଜଣକୁ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୮୬ ଜଣକୁ ପଟ୍ଟା ତୁରନ୍ତ ପ୍ରଦାନ କରାଯିବ । ଜିଲାରେ ୭୯୮ ଟି ପ୍ରାଥମିକ ବିଦ୍ୟାଳୟକୁ ନିଜସ୍ୱ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଆହୁରି ୬୮୭ ପଟ୍ଟା ପାଇଁ ପ୍ରକ୍ରିୟାଧିନ ରହିଛି । ସେହିପରି ହାଇସ୍କୁଲ ଓ ଯୁକ୍ତ ସ୍ତରରେ ୪୧୦ଟି ସ୍କୁଲକୁ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୭୨ଟି ପ୍ରକ୍ରିୟାଧିନ ରହିଛି ଓ ଡିଗ୍ରୀ କଲେଜରେ ୩୨ ଜଣକୁ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୪ଟି ପ୍ରକ୍ରିୟାଧିନ ରହିଛି । ୩୫ ହଜାର  ଗ୍ରାମକଣ୍ଠକ ପଟ୍ଟା ଫଇସଲା କରି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବାକୁ  ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲାରେ ୮୦ଟି ପଡା ଗ୍ରାମରୁ ନୁଆଁ ରାଜସ୍ୱ ଗ୍ରାମ ଚିହ୍ନଟ ହୋଇଥିବା  ତାହା ଅନୁମୋଦିତ ହୋଇଥିବାରୁ ସେଗୁଡିକ ଭୁଲେକ ଅପଲୋଡ କରିବାକୁ କୁହାଯାଇଛି । ସହରାଚଂଳ ହେଉବା ଗ୍ରାମାଚଂଳ ହେଉ ଯିଏ ବି ସରକାରୀ ଜମି ଜବଲଦଖଲ କରି ରଖିଛନ୍ତି ତୁରନ୍ତ ତାହା ଚିହ୍ନଟ କରି ନିୟମ ଅନୁସାରେ କାର୍ଯ୍ୟାନୁ ।ନ ନେବାକୁ କୁହାଯାଇଛି । ବେବନ୍ଦୋବସ୍ତ ଥିବା ଜମିକୁ ବନ୍ଦୋବସ୍ତ କରିବାକୁ ବୈଠକରେ କୁହାଯାଇଥିଲା । ଯେତେସବୁ ମିଶକେଶ ସାଟିଫିକେଟ ଆସୁଛି ତୁରନ୍ତ ପ୍ରଦାନ କରିବାକୁ କୁହାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ମୃତବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତାରାଶି ତୁରନ୍ତ ପ୍ରଦାନ କରିବାକୁ କୁହାଯାଇଛି । ବିଭିନ୍ନ ବିଭାଗର ଲକ୍ଷ୍ୟ ଧାର୍ଯ୍ୟକୁ ପୂରଣ କରିବା ପାଇଁ କୁହାଯାଇଥିବା ବେଳେ ସମୟସୀମା ମଧ୍ୟରେ ଲକ୍ଷ୍ୟ ହାସଲ କରିବାକୁ କୁହାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଦେବଦତ ପଣ୍ଡା, ବ୍ରହ୍ମପୁର ଉପଜିଲାପାଳ ଧୀନା ଦସ୍ତାଗିର, ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ,ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କ  ସମସ୍ତ ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ