ଗଜାନନ ଯୁବକ ସଂଘ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ

କେନ୍ଦୁଝର (ଓ୍ବାଇଏନଏସ):ଝୁମ୍ପୁରା ବ୍ଲକ ବାଲିବନ୍ଧ ଗ୍ରାମରେ ରହିଥିବା ଗଜାନନ ଯୁବକ ସଂଘ ଏବଂ ନେହେରୁ ସଂଘ କେନ୍ଦୁଝର ତରଫରୁ ପରିବେଶ ସବୁଜ ମୟ ପାଇଁ ଏକ ପେଡ ମା’ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ସମିତି ସଭ୍ୟ ମହେନ୍ଦ୍ର କୁମାର ପଟ୍ଟନାୟକ, ଝୁମ୍ପୁରା ମଣ୍ଡଳର ସଭପତି ଉମାକାନ୍ତ ମହାନ୍ତ , ୱାର୍ଡ ମେମ୍ବର ସନ୍ଦିପ କୁମାର ପ୍ରଧାନ ଯୋଗ ଦେଇଥିଲେ । ନେହେରୁ ଯୁବକ ସଂଘ କେନ୍ଦୁଝର ସହଯୋଗ ରେ ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଗଜାନନ ଯୁବକ ସଂଘ ର ସଦସ୍ୟ ମାନେ ବାଲିବନ୍ଧ, କଟଲପଶି, ଚିଙ୍ଗୁଡ଼ିପଶି, ରଜାବସା ଏବଂ କାଶିପାଳ ର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରି ଆଗକୁ ଗଢିବାର ତାତ୍ପର୍ଯ୍ୟ ଦେଇଛନ୍ତି । ବୃକ୍ଷରପଣ କରିବା ପରିବେଶ କୁ ସବୁଜ କରି ଗଢ଼ିବା ପାଇଁ ଦୃଷ୍ଟି ଦେଇଛନ୍ତି । ଗଜାନନ ଯୁବକ ସଂଘର ସଭାପତି ଅଭିଷେକ ପ୍ରଧାନ ସଦସ୍ୟ ମୁକେଶ, ଭାରତ, ସୋମ୍ୟ, ପପୁ, ମଳୟ , ହିତେଶ,ତୁଷାର, ଶୁଭମ୍, ଦୀପକ, ଡେନିସ, ରାଜା, ତାପସ,ବାବୁଲି, ବୃନ୍ଦାବନ,ଗୁଲୁ,ହିମାଂଶୁ, ରାଜେଶ୍ ସହ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ