ଚାରଣ ଗୋଷ୍ଠିର ନୂତନ ଶାଖା ଆରମ୍ଭ

କଟକ,(ଓ୍ବାଇଏନଏସ): ସ୍ଥାନୀୟ ଦୋଳ ମୁଣ୍ଡାଇ ମହତାବ ରୋଡରେ ଥିବା ଇଞ୍ଜିନିୟର ରଞ୍ଜିତ କୁମାର ଦାସଙ୍କ ବାସ ଭବନରେ ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଟି ଓଡ଼ିଶାର ଏକ ନୂତନ ଶାଖା ଆରମ୍ଭ ହୋଇ ଯାଇଛି।ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଦୀପ ଜାଳି ସ୍ୱାଧ୍ୟାୟରେ ଗୀତା, ପୁରୁଷୋତ୍ତମ ଯୋଗ,ହନୁମାନ ଚାଳିଶା, ଭାଗବତ ଆଦି ପାଠ କରାଯାଇଥିଲା।ଏଥିରେ ସଭାପତି ଡ. ଗୋପାଳ ଚନ୍ଦ୍ର ବାରିକ, ସମ୍ପାଦକ ଭାଗିରଥି ପାଣିଗ୍ରାହୀ,ଆଇନ ରେ ସିଦ୍ଧାର୍ଥ ଶଙ୍କର ସାମନ୍ତରାୟ, ରାଜନଗର ପାଟଣା ଶାଖା ପ୍ରମୁଖ ଲିପୁ ସାହୁ, ବିଡାନାସୀ ଶାଖା ପ୍ରମୁଖ ଜ୍ଞାନ ରଞ୍ଜନ ନନ୍ଦ ,ଖାନନଗର ଶାଖା ପ୍ରମୁଖ ଅନନ୍ତ ଚରଣ ବେହେରା, ଅନ୍ଦର ପୂର ଶାଖା ପ୍ରମୁଖ ସରୋଜ କୁମାର ସ୍ବାଇଁ, ଶିଖରପୁର ଶାଖା ପ୍ରମୁଖ ବାଙ୍କନିଧି ସାହୁ ଆଦି ଭକ୍ତ ଯୋଗ ଦେଇଥିଲେ। ସଭାରେ ପତ୍ରିକା ଆମ ଜଗନ୍ନାଥ ର ରଥ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଏଠାରେ ପ୍ରତି ମାସ ସଙ୍ଗଠନ ସଭା ବସିବା ସହ ନୂଆ ସଭ୍ୟ ଯୋଡିବା ପାଇଁ ସ୍ଥିର କରାଯାଇଛି। ଆଖ ପାଖ ଅଞ୍ଚଳରୁ ଲୋକମାନେ ଏହାକୁ ପ୍ରଶଂସା କରିବା ସହ ଏହି ସଙ୍ଗଠନ ସହ ଯୋଡ଼ି ହୋଇ ପ୍ରଭୁ ଜଗନ୍ନାଥଙ୍କ କାମ କରି ବାକୁ ସମ୍ପାଦକ ନିବେଦନ କରିଛନ୍ତି। ଶେଷରେ ଗୀତ ଗୋବିନ୍ଦ ପାଠ କରି ପ୍ରସାଦ ସେବନ କରି ସମସ୍ତେ ଘରକୁ ଫେରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ