ଶିକ୍ଷାବର୍ଷର ମାସିକ କଷ୍ଟର ସ୍ତରୀୟ ବୈଠକ
ହାଟଡିହି(ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜମ୍ଭରା ଠାରେ ନୂତନ କରି ଯୋଗ ଦେଇଥିବା ସଡ଼ଙ୍ଗ ସି.ଆର୍ .ସି .ସି ରାଜେନ୍ଦ୍ର କୁମାର ବଳଙ୍କ ଅଧ୍ୟକ୍ଷତାରେ ଚଳିତ ଶିକ୍ଷା ବର୍ଷର ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଡଙ୍ଗ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ଏଫ୍.ଏଲ୍.ଏନ୍ ଶିକ୍ଷକ ମାନେ ଯୋଗଦେଇଥିଲେ l ଏହି ଅବସରରେ ଭାନୁପ୍ରଭା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ରଣାଙ୍କ ସଭାପତିତ୍ବରେ ବିଦାୟୀ ସି.ଆର.ସି.ସି ବିଜୟ କୁମାର ସା ଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା ଦେବା ସହ ନୂତନ ସି.ଆର. ସି. ସି ରାଜେନ୍ଦ୍ର କୁମାର ବଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଇନ୍ଦ୍ରମଣି ସେଠୀ, ବିବେକା ନନ୍ଦ ବେହେରା, ରାଧାକାନ୍ତ ଖୁଣ୍ଟିଆ, ଗୋଲେଖ ଚନ୍ଦ୍ର ଘଡେ଼ଇ, ହରେକୃଷ୍ଣ ଦାସ, ବଳରାମ ରାଉଳ, ଶ୍ୟାମ ସୁନ୍ଦର ସାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l