ଘର ଭିତରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଗୌଡ଼ସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁରୁବାର ଘର ଭିତରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଥିବା ବେଳେ ନାବାଳିକା ଜଣଙ୍କ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ଜଣାପଡିଛି। ନାବାଳିକା ଜଣଙ୍କ ହେଲେ ଗୌଡ଼ସାହିର ସଞ୍ଜୟ ପ୍ରଧାନଙ୍କ ଝିଅ ସ୍ମାଇଲି ପ୍ରଧାନ (୧୫) ବୋଲି ଜଣାପଡିଛି। ମାଆ ଓ ବାପା ଡାକ୍ତରଖାନା ଯାଇଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ଝିଅ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଘରେ ସକାଳୁ ବାପା,ମାଆ ଓ ଝିଅ ଏକା ସାଙ୍ଗରେ ଜଳଖିଆ ଖାଇଥିଲେ। ଖାଇବାର କିଛି ସମୟ ଭିତରେ ରେ ଝିଓ କାହିଁକି ଏପରି ଆତ୍ମହତ୍ୟା କଲା କାରଣ ଅସ୍ପଟ ରହିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନାବାଳିକାର ମୋବାଇଲ୍ ଫୋନ୍ ଜବତ କରି ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଛାତ୍ରୀ ଜଣଙ୍କ ମୁନିଗୁଡା ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ବାପା ଜଣେ ଟେଲର ଭାବେ କାର୍ଯ୍ୟ କରନ୍ତି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଦୁଃଖଦ ପରିବେଶ ସୃଷ୍ଟି ହୋଇଥିବା ଦେଖାଯାଇଥିଲା।


