୧୭ ବୋତଲ ଆସ୍କା-୪୦ ଜବତ, ଜଣେ ଅଟକ

ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦାହାଟ- କୋରୁଅ ରାସ୍ତାର ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଥିବା ଏକ କ୍ୟାବିନରୁ ରବିବାର ୧୭ ବୋତଲ ଆସ୍କା- ୪୦ ଜବତ ହୋଇଥିବା ବେଳେ ଚୋରା ମଦ ବେପାରୀ ଥାନାରେ ଅଟକ ଥିବା ଜଣାପଡିଛି । ଚୋରା ମଦ ବେପାରୀ ଜଣକ ହେଉଛି ପପୁ ମଲ୍ଲିକ। ଖବର ନେବାରୁ ଜଣାଯାଇଛି ଯେ ଗଙ୍ଗଦାହାଟରୁ କୋରୁଅକୁ ସଂଯୋଗ କରୁଥିବା ରାସ୍ତାର ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଏକ କ୍ୟାବିନରେ ଚୋରା ମଦ କାରବାର ହେଉଥିବା ଗାରୋଇ ଫାଣ୍ଡି ଅଧିକାରୀ ଏଏସଆଇ ପ୍ରଶାନ୍ତ ପ୍ରଧାନ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ‌ । ଏହି ଚଢ଼ାଉରେ କ୍ୟାବିନରୁ ୧୭ ବୋତଲ ଆସ୍କା – ୪୦ ଜବତ କରାଯାଇଛି। ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ତଥା ସୋମବାର ଅଭିଯୁକ୍ତ ପପୁକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ପ୍ରଦିପ୍ତ କାନୁନଗୋ କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ