ଏନ୍‍ଏସି ପକ୍ଷରୁ ସଫେଇ ଆପଣାଅ-ରୋଗ ହଟାଅ ପଥପ୍ରାନ୍ତ ନାଟକ

ଆସିକା (ୱାଇଏନ୍‍ଏସ୍‍) :କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ପରାମର୍ଶକ୍ରମେ ସ୍ୱଚ୍ଛଭାରତ ମିଶନ୍‍ କାର୍ଯ୍ୟକ୍ରମ ଅନ୍ତର୍ଗତ ସଫେଇ ଆପଣାଅ-ରୋଗ ହଟାଅ ପଥପ୍ରାନ୍ତ ସଚେତନତାଧର୍ମୀ ନାଟକ ବିଭିନ୍ନ ସାହିବସ୍ତିରେ ପ୍ରଦର୍ଶିତ ହେବା ସାଙ୍ଗକୁ ସହରବାସୀଙ୍କୁ ସ୍ୱଚ୍ଛତା ସଂକ୍ରାନ୍ତରେ ସଚେତନ କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ୍‍ କୁମାର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସଫେଇ ଆପଣାଅ-ରୋଗ ହଟାଅ ସଂକ୍ରାନ୍ତୀୟ ସଚେତନତାଧର୍ମୀ ପଥପ୍ରାନ୍ତ ନାଟକରେ ଭଦ୍ରକ ଜିଲ୍ଲା ନଗୁଆ ଗ୍ରାମର ମହେଶ୍ୱର ନାଟ୍ୟ ପରିଷଦର ନିର୍ଦ୍ଦେଶକ ଚନ୍ଦନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ କଳାକାର ଲିପୁନ୍‍ ବେହେରା, କାହ୍ମା ବେହେରା, ମଳୟ ଓଝା, ମାମାଲି ବିଶ୍ୱାଳ, ପୂଜାରାଣୀ ଦାଶ, ନିର୍ମଳ ସାହୁ ପ୍ରମୁଖ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ମୋହୁଥିବା ସାଙ୍ଗକୁ ସ୍ୱଚ୍ଛତା ସଂକ୍ରାନ୍ତରେ ସହରବାସୀ କିପରି ଅଧିକରୁ ଅଧିକ ସଚେତନ ହୋଇପାରିବେ ତାହାରି ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ କଳା ପରିବେଷଣ କରୁଥିବା ଦେଖିବାକୁ ମିଳୁଛି । ଆସିକା ଏନ୍‍ଏସି ଅଧୀନସ୍ଥ ୫ ନମ୍ବର ୱାର୍ଡର ଡାକଘର ସମ୍ମୁଖରେ ଗୁରବାର ଅନୁଷ୍ଠିତ ହୋଇଥିବା ଏହି ପଥପ୍ରାନ୍ତ ନାଟକର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ କାଉନସିଲର୍‍ ମମତା ପାତ୍ର, ଏନ୍‍ଏସିର ପରିମଳ ନୀରିକ୍ଷକ ଅଜିତ୍‍ କୁମାର ପଟ୍ଟନାୟକ ଓ ଜେମାଦାର ସନ୍ୟାସୀ ନାୟକ ପ୍ରମୁଖ ଯୋଗଦେଇ ଏହି ସଚେତନତାଧର୍ମୀ ପଥପ୍ରାନ୍ତ ନାଟକ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରି ଆସିକା ସହରକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ