ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ
ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ସଠିଲୋ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଏଥି ନେଇ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରହରି ମହାନ୍ତ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ରମାକାନ୍ତ ମହାନ୍ତ, ମୁଖ୍ୟ ବକ୍ତା ଭାବରେ ସଂସ୍କୃତ ଶିକ୍ଷକ ମନରଞ୍ଜନ ଦାଶ, ସମ୍ମାନୀୟ ଅତିଥି ଭାବେ ବେତନଟୀ ବ୍ଲକ ସହକାରୀ ଶିକ୍ଷା ଅଧିକାରୀଣୀ ଅପର୍ଣ୍ଣା ସାହୁ, ଓଷ୍ଟା ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ କିଶୋର ଆଚାର୍ଯ୍ୟ, ସଠିଲୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ଭୂୟାଁ, ମଞ୍ଚାସିନ ରହିଥିଲେ। ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ସୁରମା ଓତ୍ତା ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ। ବୈଠକ ଆରମ୍ଭରେ ସଂସ୍କୃତର ସ୍ୱାଗତ ନୃତ୍ୟ, ଗୀତା ପାଠ ଓ ଶ୍ଳୋକ ଆବୃତ୍ତି କରାଯାଇଥିଲା। ମଞ୍ଚାସିନ ଅତିଥି ଗଣ ସଂସ୍କୃତ ଭାଷା ଏକ ପ୍ରାଚୀନ ତମ ଭାଷା କହିବା ସହ ଏହା ଉପରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରୀନା ପରିଡା, କ୍ଷଣପ୍ରଭା ମହାନ୍ତ, ଆରତୀ ଭୋଇ, ରୁନି ମହାନ୍ତ, କମଳଲୋଚନ ବେହେରା ସମେତ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଛାତ୍ରୀ ଛାତ୍ରମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।