ସିପିଆଇ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନାଛକସ୍ଥିତ ସିପିଆଇ କାର୍ଯ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ନେତା ଅବଦୁଲ୍ଲା ଖାଁ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଆନ୍ଦୋଳନରେ ପ୍ରାଣବଳୀ ଦେଇଥିବା ଶହୀଦ ମାନଙ୍କର ଗୁଣଗାନ କରିଥିଲେ । ଏହି ଅବସରରେ ଜୋନ୍ ସମ୍ପାଦକ ଗୋପବନ୍ଧୁ ସେଠୀ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ପଧାନପଡା ସମିତି ସଭ୍ୟା ସବିହା ଖାତୁନ୍, ଲାଲମୋହନ ଜେନା, ଜିଲା କାର୍ଯ୍ୟକାରୀ କମିଟି ସଭ୍ୟ ରମେଶ ଜେନା, ବାବାଜି ଚରଣ ଜେନା, ଯୁବନେତା ଦିଲୀପ କୁମାର ନାୟକ, ଧନେଶ୍ୱର ଜେନା ପ୍ରମୁଖ ଯୋଗ ଦେଇ ସ୍ୱାଧୀନତା ଆନ୍ଦୋଳନରେ କମ୍ୟୁନିଷ୍ଟ ମାନଙ୍କର ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ପବିତ୍ର ମୋହନ ସେଠୀ, ବିଦ୍ୟାଧର ରାଉତ, ସୁବାଷ ଚନ୍ଦ୍ର ବେହେରା, କଲିମୁଲ୍ଲା ଖାଁ, ଫକୀରଉଦ୍ଦୀନ ଖାଁ, ସମିଉଲ୍ଲା ଖାଁ, ପର୍ଶୁରାମ ସ୍ୱାଇଁ, ଜଳଧର ଜେନା, ରଙ୍ଗାଧର କାଣ୍ଡି, ଟିକିଲି ଜେନା, ଗୌରହରି ବେହେରା, ସୁକାନ୍ତ ଜେନା, ଅଭିମନ୍ୟୁ ଜେନା, ଅନନ୍ତ ମହାରଣା, ଶୁକଦେବ ଜେନା, ନିଳୋକ ଶାଖା ସମ୍ପାଦକ ଅଭିମନ୍ୟୁ ଜେନା, ବନ୍ତ ଶାଖା ସମ୍ପାଦକ ନିରଞ୍ଜନ ନାୟକ, ପଧାନପଡା ଶାଖା ସମ୍ପାଦକ କମଳାକାନ୍ତ ଜେନା, କାର୍ତ୍ତିକ ଚନ୍ଦ୍ର ଜେନା, ଯୁଧିଷ୍ଠିର ଜେନାଙ୍କ ସମେତ ଶତାଧିକ ସାଥୀ ଯୋଗ ଦେଇଥିଲେ ।


