ଶିକ୍ଷକ ସମାଜ ମୁଗୁପୁର ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ
ହାଟଡିହି (ଓ୍ବାଇଏନଏସ) ସୁଲଣ ସୁବର୍ନେଶ୍ୱର ହାଇସ୍କୁଲ ପରିସରରେ ଶିକ୍ଷକ ସମାଜ ମୁଗୁପୁର ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ସମାଜସେଵୀ ତଥା ବିଜେପି ନେତା ଆଲୋକ ସେଠୀ, ଏବିଇଓ ପ୍ରମୋଦ କୁମାର ନାୟକ, ସୁଲଣ ପଞ୍ଚାୟତର ସରପଞ୍ଚ ମନିଷାରାଣୀ ସା, ସମିତି ସଭ୍ୟ ଧୀରେନ୍ଦ୍ର କୁମାର ଜେନା, ପ୍ରତିଷ୍ଠାତା ସଭାପତି ମହେଶ୍ୱର ଜେନା , ସମ୍ପାଦକ ମାର୍କଣ୍ଡ ଚରଣ ଜେନା ପ୍ରମୁଖ ଯୋଗଦେଇ ଅବସର ପ୍ରାପ୍ତ ଆବୁଲୁପୁରା ସ୍କୁଲର ଅବସର ଗ୍ରହଣ କରିଥିବା ଶିକ୍ଷକ ହରେକୃଷ୍ଣ ସ୍ବାଇଁ, ଆଡହୁରିଆ ସ୍କୁଲର ଶିକ୍ଷୟତ୍ରୀ ଶ୍ରୀମତୀ କିଶୋରୀ ବେହେରା, ବଳଭଦ୍ରପୂର ସ୍କୁଲର ଶିକ୍ଷକ ରାମଚନ୍ଦ୍ର ସାହୁ,ପଞ୍ଚୁଗୋଛିଆ ସ୍କୁଲର ଶିକ୍ଷକ ସନାତନ ବେହେରାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହ ସମାଜ କୁ ସୁଧାର ଆଣିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସେମାନଙ୍କୁ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରଯାଇଥିଲା। ଅନ୍ତର୍ଯ୍ୟାମୀ ବିଶ୍ଵାଳ, ମିନାକ୍ଷୀ ପଣ୍ଡା, ମଧୁ ସୁଦନ ଜେନା, ଧନଞ୍ଜୟ ବରାଳ, ରଘୁନାଥ ନାୟକ, ଶିବ ସୁନ୍ଦର ସାହୁ, ଶ୍ରୀକାନ୍ତ ସେଠୀ, କୈଳାଶ ଚନ୍ଦ୍ର ସାହୁ, ଶ୍ରୀନିବାସ ବାରିକ୍, ଇତିନା ବାରିକ, ଅକ୍ଷୟ କୁମାର ରାଉତ, ପ୍ରେମଲତା ପାତ୍ର, ଅନିତା ରାଉତ, ଦିପଦ୍ୟୋତ୍ତକ ପଟ୍ଟନାୟକ, କେଶବ ଚନ୍ଦ୍ର ପଣ୍ଡା, ଅଭୟ କୁମାର ବେହେରା, ବନମାଳୀ ରାଉତ, ପ୍ରସାନ୍ତ କୁମାର କର, ବନଲତା ପାତ୍ର ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


