ଦାୟିତ୍ୱ ହସ୍ତାନ୍ତର କରୁ ନାହାନ୍ତି ବିଦାୟୀ ସିଆରସିସି

ହାଟଡିହି (ଓ୍ବାଇଏନଏସ): ସିଆରସିସି ପଦବୀରୁ ଯାଇ ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିଲେ ବି ଆଜି ପର୍ଯ୍ୟନ୍ତ ନବ ନିଯୁକ୍ତ ସିଆରସିସି ମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁ ନାହାନ୍ତି ପୁରୁଣା ସିଆରସିସି । ହାଟଡିହି ବ୍ଲକ ରେ ୨୧ଜଣ ସିଆରସିସିଙ୍କ ମଧ୍ୟରୁ ନୂତନ ଭାବେ ୧୧ଜଣ ସିଆରସିସି ନିଯୁକ୍ତି ପାଇଛନ୍ତି। ନିଯୁକ୍ତି ପରଦିନ ଠାରୁ ନୂତନ ସିଆରସିସି ମାନେ କାର୍ଯ୍ୟଭାର ତୁଲାଇ ଆସୁଛନ୍ତି। କିନ୍ତୁ ପୁରୁଣା ସିଆରସିସି ମାନେ କାର୍ଯ୍ୟରୁ ଅନ୍ତର ହୋଇଥିଲେ ବି ସେମାନେ କ୍ଲଷ୍ଟର ଦାୟୀତ୍ବ ହସ୍ତାନ୍ତର କରୁ ନାହାନ୍ତି। ରେକର୍ଡ ପତ୍ର, କ୍ଲଷ୍ଟର ରୁମ ର ଚାବିକାଠି ମଧ୍ଯ ଦେଉ ନାହାନ୍ତି। ଫଳରେ ନୂତନ ସିଆରସିସି ମାନେ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। କେଉଁଠି ବସିବେ, କେଉଁଠି ସେମାନଙ୍କ କାର୍ଯ୍ୟ କରିବେ କିଛି ଠିକ୍ କରି ପାରୁ ନାହାନ୍ତି। ଏନେଇ ସିଆରସିସି ମାନେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଜଣାଇବା ପରେ ବ୍ଲକ ଶିକ୍ଷା ଅଧିକାରୀ ଏନେଇ ଗତ ୧୪ତାରିଖ ଦିନ କାର୍ଯ୍ୟରୁ ଅପଶାରିତ ହୋଇଥିବା ସମସ୍ତ ସିଆରସିସି ମାନଙ୍କୁ ଚିଠି ନଂ ୨୮୬୯ ତା ୧୪/୮/୨୦୨୫ରେ ଜଣାଇ ୨୦ତାରିଖ ଭିତରେ ଦାୟୀତ୍ବ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦାୟିତ୍ବ ହସ୍ତାନ୍ତର ନକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ଯ ନିର୍ଦ୍ଦେଶ ଥିଲା। କିନ୍ତୁ ୨୦ଯାଇ ୨୨ତାରିଖ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ପୁର୍ବତନ ସିଆରସିସି ମାନେ ଦାୟିତ୍ବ ହସ୍ତାନ୍ତର କରୁ ନାହାନ୍ତି। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ନବନିଯୁକ୍ତ ସିଆରସିସି ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ