ଦେଢସୁର ଆକ୍ରମଣରେ ବାଇବୋହୁ ଗୁରୁତର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଦେଢସୁର ଆକ୍ରମଣରେ ଭାଇବୋହୁ ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ହେଉଛନ୍ତି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଭଗେଶ୍ୱରପୁର ଗ୍ରାମର ରଶ୍ମୀପ୍ରଭା ସ୍ୱାଇଁ। ଭଗେଶ୍ୱରପୁର ଗ୍ରାମର ଅଜୟ କୁମାର ସ୍ୱାଇଁଙ୍କ ପତ୍ନୀ ରଶ୍ମୀପ୍ରଭା ଅଭିଯୋଗ କରିଛନ୍ତି ଯେ ତାଙ୍କ ଶାଶୁ ବର୍ଷେ ତାଙ୍କ ସ୍ୱାମୀ ଅଜୟଙ୍କ ପାଖରେ ରହିବା ପରେ ତାଙ୍କ ଦେଢସୁର ଅଖିଳ କୁମାର ସ୍ୱାଇଁଙ୍କ ପାଖରେ ଏକବର୍ଷ ରହିବା ପାଇଁ ଯାଇଥିଲେ। ନିଷ୍ପତ୍ତି ଅନୁଯାଇ ଶାଶୁ ଯେଉଁ ପୁଅ ପାଖରେ ରହିବେ ସେହି ପୁଅ ତାଙ୍କର ସମସ୍ତ ଭରଣପୋଷଣ କରିବା ସହିତ ଶାଶୁଙ୍କ ପେନସନରୁ ମାତ୍ର ୫ହଜାର ଟଙ୍କା ଉଠାଇପାରିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଦେଢସୁର ଅଖିଳ ପେନସନ ଥିବା ବ୍ୟାଙ୍କ ପାସବୁକରୁ ୮୧ହଜାର ଟଙ୍କା ଉଠାଇ ନେଇଥିବା ଜାଣିବା ପରେ ଗୁରୁବାର ରାତିରେ ଏସମ୍ପର୍କରେ ରଶ୍ମୀପ୍ରଭା ପଚାରିବାରେ ଦେଢସୁର ଓ ତାଙ୍କ ଦୁଇ ପୁଅ ରଶ୍ମୀପ୍ରଭାଙ୍କୁ ଗାଳିଗୁଲଜ କରିବା ସହ ଟଣାଭିଡା କରି ତଳେ ପକାଇଦେଇ ବିଧା ଗୋଇଠା ମାରିଥିଲେ। ଏଥିସହ ଏକ ଲୁହା ପାଇପରେ ତାଙ୍କ ଦେଢସୁରଙ୍କ ପୁଅ ନିଳମଣୀ ଜୀବନରେ ମାରିଦେବା ଉଦେଶ୍ୟରେ ରଶ୍ମୀପ୍ରଭାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଏହାସହ ତାଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଦେଢସୁର ଓ ତାଙ୍କ ପୁଅମାନେ ଦମକ ଦେଇଥିବା ରଶ୍ମୀପ୍ରଭା ଅଭିଯୋଗ କରିଛନ୍ତି। ଫଳରେ ରଶ୍ମୀପ୍ରଭାଙ୍କ ମୁଣ୍ଡ ଫାଟିଯିବା ସହ ସେ ଗୁରୁତର ହୋଇପଡିଥିଲେ। ଗୁରୁତର ଅବସ୍ଥାରେ ରଶ୍ମୀପ୍ରଭାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରଶ୍ମୀପ୍ରଭା ଚିକିତ୍ସିତ ଥିବା ବେଳେ ତାଙ୍କ ପରିବାର ଏବେ ଭୟଭିତ ଅବସ୍ଥାରେ ଅଛନ୍ତି। ଏସମ୍ପର୍କରେ ଟାଉନ ଥାନାଧିକାରୀ ଦିଲ୍ଲିପ ସାହୁଙ୍କୁ ପଚାରିବାରେ ସେ କହିଲେ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ