“ପର୍ବ ଆମ ପରମ୍ପରାର” ପୁସ୍ତକ ଉନ୍ମୋଚିତ
ବୁଗୁଡା , (ଅନୀଲ କୁମାର ମହାରଣା) : ବୁଗୁଡା ସହରର ବୀରଧନଞ୍ଜୟ ପୁର ଶାସନ ର୍ ବୁଦ୍ଧ ବିହାର ଛାତ୍ରାବାସ ପରିସରରେ ନିୟୁ ଏରା ପବ୍ଲିକ ସ୍କୁଲର ସହକାରୀ ଶିକ୍ଷକ ବୈଷ୍ଣବ ଚରଣ ଦାଶଙ୍କ ଦ୍ୱାରା ରଚିତ “ପର୍ବ ଆମ ପରମ୍ପରାର” ପୁସ୍ତକ ଉନ୍ମୋଚନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଣ୍ଡିତ ହିମାଂଶୁ ଶେଖର ରଥ, ପଣ୍ଡିତ ଅନନ୍ତ କର, ବଂଶୀଧର ଦାଶ, ହରେକୃଷ୍ଣ ପାତ୍ର, ପ୍ରସନ୍ନ କୁମାର ଦାଶ, ଦିବ୍ୟଚରଣ ଦାଶ, ଚିତ୍ତ ରଂଜନ ଦାଶ, ବରାହ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ପୁସ୍ତକ କୁ ଉନ୍ମୋଚନ କରିଥିଲେ। ଅତିଥି ବୃନ୍ଦ ଶ୍ରୀ ଦାଶଙ୍କ ଗୁଣାବଳି ଓ ସାହିତ୍ୟ ମନସ୍କତା ଉପରେ ଆଲୋଚନା କରିଥିଲେ। ଆମ ସଂସ୍କୃତିରୁ ହଜି ଯାଉଥିବା ପର୍ବ ପର୍ବାଣୀ ବିଷୟରେ ଅନେକ ଅନାଲୋଚିତ ତଥ୍ୟ ସାଙ୍ଗକୁ ଏହା ପାଳନ କରାଯିବା ପଛର ବୈଜ୍ଞାନିକ କାରଣ ଏହି ପୁସ୍ତକରେ ଉପଲବ୍ଧ ଅଛି। ସବୁ ବର୍ଗର ପାଠକଙ୍କ ପାଇଁ ପୁସ୍ତକଟି ଉପାଦେୟ ହୋଇଛି। ମନୋଜ ଦାଶ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଚିନ୍ମୟ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ।


