ମହାନଦୀରେ ଅଘଟଣ, ଗାଧୋଇବା ବେଳେ ଭାସିଗଲେ ମହିଳା
କଟକ, (ଓ୍ବାଇଏନଏସ) : ମହାନଦୀରେ ଗାଧୋଇବା ବେଳେ ଅଘଟଣ । ନଦୀରେ ଭାସି କଟକ ବାଙ୍କୀ ଅଞ୍ଚଳର ରତାଗଡ଼ ଗାଁର ପିଙ୍କି ସ୍ୱାଇଁ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ଖବର ଅନୁଯାୟୀ, ରବିବାର ଥିଲା ମା ଖୁଦୁରୁକୁଣି ଓଷା । ଏହିକ୍ରମରେ ପୂଜା ପରେ ଖୁଦୁରୁକୁଣି ବିସର୍ଜନ ସାରି ମହାନଦୀରେ ମହିଳା ଜଣକ ଗୋଧୋଉଥିଲେ । ଏହି ସମୟରେ ମହିଳା ଜଣକ ଅସାବଧାନତା ଯୋଗୁଁ ପାଣିରେ ଭାସି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ କୌଣସି ପତ୍ତା ମିଳିନାହିଁ ।


