ବିଧାନସଭା ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ନିଯୁକ୍ତ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ) : ଦେଶରେ ବର୍ତମାନ ଲୋକସଭା ବିରୋଧୀ ଦଳ ନେତା ତଥା ଜନପ୍ରିୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ସାରା ଦେଶରେ କଂଗ୍ରେସ ଶକ୍ତିଶାଳୀ ହେଉଥିବା ବେଳେ ଯୁବ କଂଗ୍ରେସକୁ ଅଧିକ ମଜବୁତ କରାଯାଉଛି l ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ଉଦୟଭାନୁ ଚିବଙ୍କ ଅନୁମୋଦନକ୍ରମେ କେନ୍ଦୁଝର ଜ଼ିଲ୍ଲାର ୬ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ କମିଟି ପାଇଁ ସଭାପତି ନିଯୁକ୍ତି କରାଯାଇଛି ବୋଲି ରାଷ୍ଟ୍ରୀୟ ଯୁବ କଂଗ୍ରେସ ସମ୍ପାଦକ ତଥା ଓଡିଶା ପ୍ରଭାରୀ ମହେଶ ଦେଶମୁଖ ଏବଂ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର ଘୋଷଣା କରିଛନ୍ତି l ତେଲକୋଇ ବିଧାନସଭା ପାଇଁ ଗୌରହରି ପାତ୍ର, ଆନନ୍ଦପୁର ବିଧାନସଭା ପାଇଁ ମାନସ କୁମାର ଜେନା, କେନ୍ଦୁଝର ସଦର ବିଧାନସଭା ପାଇଁ ସୌମ୍ୟରଞ୍ଜନ ରାଉତ, ଚମ୍ପୁଆ ବିଧାନସଭା ପାଇଁ ଗିରିପ୍ରିୟ ଜଗନ ସାହୁ, ଘସିପୁରା ବିଧାନସଭା ପାଇଁ ଦୀପକ କୁମାର ମାଝୀ, ପାଟଣା ବିଧାନସଭା ପାଇଁ ପରମେଶ୍ୱର ନାଏକ ପ୍ରମୁଖ ନିଯୁକ୍ତି ହୋଇଛନ୍ତି l ସେହିପରି ନବ ନିଯୁକ୍ତ ବିଧାନସଭା ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ମାନଙ୍କୁ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ