୨୯ ଟିକିଆ ହାତୀପଲ ଘର ଭାଙ୍ଗି ଖାଇଗଲେ ଧାନ ଚାଉଳ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଚମ୍ପୁଆ ରେଞ୍ଜ ବାଲିବନ୍ଧ ବନାଞ୍ଚଳ ର ମଣଦା ଜଙ୍ଗଲ ରେ ରହିଥିବା ୨୯ ଟିକିଆ ହାତୀ ପଲ ପୁଣି ଥରେ ଗତ ରାତିରେ ଗରିବ ଲୋକଙ୍କ ଚାଳ ଘରର କାନ୍ଥ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ମଣଦା ଜଙ୍ଗଲ ରେ ରହିଥିବା ହାତୀ ପଲ ରାତିରେ ଜଙ୍ଗଲରୁ ବାହାରି ମଧୁପୁର ,ମଣଦା ହସ୍ତିନାପୁର ଗ୍ରାମର ଚାଷ ଜମି ରେ ପଶି ଧାନ ଫସଲ କୁ ଖାଇବା ସହିତ ପାଦରେ ଦଳି ଚକଟି ନଷ୍ଟ କରିଥିବା ଦେଖିବାକୁ ମିଳିଛି। ହାତୀ ମାନେ ଚାଷୀ ମାନଙ୍କ ଧାନ ଫସଲ କୁ ଖାଇବା ପରେ ହସ୍ତିନାପୁର ଗ୍ରାମରେ ପହଞ୍ଚି ଥିଲେ। ଗ୍ରାମର ଶେଷ ମୁଣ୍ଡରେ ରହିଥିବା ଅରବିନ୍ଦ ମୁଣ୍ଡା ଙ୍କ ଘରର କାନ୍ଥ କୁ ଚାରିପଟେ ଭାଙ୍ଗି ଘରେ ସାଇତା ଥିବା ଧାନ, ଚାଉଳ କୁ ଅନାୟସରେ ଖାଇ ଯାଇଥିଲେ। ଅରବିନ୍ଦ ର ଘର ଭାଙ୍ଗିବା ସହିତ ଧାନ ଚାଉଳ କୁ ହାତୀ ମାନେ ଖାଇ ଯିବାରୁ ବର୍ତ୍ତମାନ ତା ପାଖରେ ପରିବାର ଚଳାଇବା ପାଇଁ ପାଖରେ ଧାନ କି ଚାଉଳ ଗଚ୍ଛିତ ନଥିବା ଜଣାପଡ଼ିଛି। ସେହିପରି ଗ୍ରାମର କପିଳ ମୁଣ୍ଡା, ଶଶି ମୁଣ୍ଡା ଶିରିଷ ମୁଣ୍ଡା ଙ୍କ ଘର ଗୁଡ଼ିକ ର କବାଟ ଝରକା ଭାଙ୍ଗି ସାଇତା ଧାନ ଚାଉଳ କୁ ଖାଇ ଯାଇଛନ୍ତି। ଗ୍ରାମବାସୀ ଓ ବନ ବିଭାଗ ର ମିଳିତ ସହଯୋଗରେ ହାତୀ ମାନଙ୍କୁ ଘୋଉଡାଇ ବାରେ ସକ୍ଷମ ହୋଇଥିଲେ ନଚେତ ଆହୁରି ଘର ଭାଙ୍ଗି ଥାନ୍ତେ ହାତୀ ପଲ। ସେଠାରୁ ହାତୀ ପଲ କାଳିକାପ୍ରସାଦ ଦେଇ ରଜିଆ ଜଙ୍ଗଲ କୁ ଚାଲିଯାଇଥିବା ଜଣାଯାଇଛି। ହାତୀ ମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ପରିବାର ଗୁଡ଼ିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଙ୍କ ତରଫରୁ ଦାବି ହେଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ