ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ବୈଠକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ୮୪ତମ ବୈଠକ ମା’ମଙ୍ଗଳାପୀଠ, ନହଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ଆର୍ତ୍ତତ୍ରାଣ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଅଭିମନ୍ୟୁ ସାହୁ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ। ସଙ୍ଘର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ୮୦ବର୍ଷ ବୟସ ଅତିକ୍ରମ କରିଥିବା ସଭାପତି ଆର୍ତ୍ତତ୍ରାଣ ପାତ୍ର ଓ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ସାମଲଙ୍କୁ ଆଗାମୀ ୨୮ତାରିଖ ବୈଠକରେ ସମ୍ବର୍ଦ୍ଧିତ କରାଯିବାକୁ ସ୍ଥିର କରାଯାଇଥିଲା। ସଙ୍ଘର ଯେଉଁ ସଦସ୍ୟମାନେ ୭୦ବର୍ଷ ବୟସ ଅତିକ୍ରମ କରିସାରିଛନ୍ତି ସେମାନେ ଜନସେବା କେନ୍ଦ୍ର ଜରିଆରେ ଆୟୁଷ୍ମାନ ବୟୋବନ୍ଦନା କାର୍ଡ ପ୍ରାପ୍ତ କରି ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଲାଭ କରିବାକୁ ସମ୍ପାଦକ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ଜନସାଧାରଣଙ୍କ ସୁବିଧା ତଥା ଅଞ୍ଚଳର ସମସ୍ୟା ସମ୍ପର୍କରେ ଅବଗତ କରିବା ପାଇଁ ସରକାର ଏକ ୱେବସାଇଟ୍ ଖୋଲି ଟୋଲଫ୍ରି ନମ୍ବର ଦେଇଥିବାରୁ ସଙ୍ଘ ପକ୍ଷରୁ ସରକାରଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା। ବୁଲା କୁକୁର, ଷଣ୍ଢ ଓ ମାଙ୍କଡ ମାନଙ୍କର ଉପଦ୍ରବ ବୃଦ୍ଧି ପାଉଥିବାରୁ ପୁନର୍ବାର ଏସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସ୍ଥିର କରାଗଲା। ବର୍ଷିୟାନ ସଦସ୍ୟ ଗୋଲେକ ଚନ୍ଦ୍ର ସାହୁ ସଭା ପରିଚାଳନା କରିଥିବା ବେଳେ ସଦସ୍ୟ ଦିବାକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ସଙ୍ôଘ ୨୭ଜଣ ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ