ଭାରୋତ୍ତଳନରେ ଦୁଇ ଛାତ୍ରୀଙ୍କ ସଫଳତା।
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସମୁହ କ୍ରୀଡା ସଂଘ ଆନୁକୂଲ୍ୟରେ ମହାତ୍ମାଗାନ୍ଧୀ ଷ୍ଟାଡିୟମରେ ୨୦୨୫-୨୬ ବର୍ଷ ପାଇଁ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଦିଗପହଣ୍ଡି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଦୁଇ ପ୍ରଶିକ୍ଷାର୍ଥୀ ସଫଳତା ହାସଲ କରିଥିବା ଜଣାପଡିଛି।ଦିଗପହଣ୍ଡି ଓଡିଶା ଆଦର୍ଶ ବିଦ୍ଯାଳୟର ଛାତ୍ରୀ ରାଧାରାଣୀ ପାଣିଗ୍ରାହୀ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତିଜ୍ଞା ପୂଜାରୀ କାଂସ୍ଯ ପଦକ ପାଇବାକୁ ସକ୍ଷମ ହୋଇଛନ୍ତି।କୋଚ ରାଜେଶ୍ବରୀ ବେହେରାଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଦୁଇ ଛାତ୍ରୀ ପ୍ରଶିକ୍ଷଣ ନେଉଥିବା ବେଳେ ଏହି ସଫଳତା ପରେ ଷ୍ଟାଡିୟମ ଇନଚାର୍ଜ ନୀଳମାଧବ ପଣ୍ଡା ଏବଂ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଚିନ୍ତାମଣି ପଲାଇ ଦୁଇ ସଫଳ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


