ପ୍ରାଥମିକ ସ୍କୁଲ ଅନ୍ୟସ୍କୁଲରେ ମର୍ଜର ହେବା ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ବସପୁର ଗ୍ରାମର ଗ୍ରାମବାସୀମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ବସପୁର ପ୍ରାଥମିକ ସ୍କୁଲକୁ ପ୍ରାୟ ଏକ କିଲୋମିଟରରୁ ଅଧିକ ଦ୍ୱରରେ ଥିବା ଆରିପଦା ନୋଡାଲ ହାଇସ୍କୁଲରେ ମିଶାଇ ଦିଆଯାଇଛି । ଫଳରେ ବସପୁର ପ୍ରାଥମିକ ସ୍କୁଲର ୨୧ଜଣ ଛାତ୍ରଛାତ୍ରୀ ଏତେଦ୍ୱରକୁ ଯାଇ ପାଠ ପଢିବା ସମ୍ବବ ନୁହେଁ । ଏ ସମ୍ପର୍କରେ ସେମାନେ ପୂର୍ବରୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆନଯିବାରୁ ଗ୍ରାମବାସୀମାନେ ଶିକ୍ଷା ବିଭାଗ କମିଶନରଙ୍କୁ ଛାତ୍ରଛାତ୍ରୀମାନଙ୍କ ସହ ଭେଟି ଅଭିଯୋଗ ପ୍ରଦାନ ପରେ କମିଶନର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ କରି ଗତ ନଭେମ୍ବର ୨୮ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀ ସେହି ସମୟସିମା ମଧ୍ୟରେ ରିପୋର୍ଟ ନଦେବାରୁ ପୁନର୍ବାର ଅତିରିକ୍ତ ଶିକ୍ଷା ନିର୍ଦେଶକ ଚଳିତମାସ ୧୦ତାରିଖ ମଧ୍ୟରେ ଏକ ରିପୋର୍ଟ ମାଗିବାରେ ଡିଇଓ ଏବଂ ବିଇଓ ଗତ ୧୯ତାରିଖରେ ତଦନ୍ତ କରିବାକୁ ଯାଇଥିଲେ । କିନ୍ତୁ ସେମାନେ ତଦନ୍ତ ସାରିଥିଲେ ମଧ୍ୟ ଶିକ୍ଷା ବିଭାଗକୁ ଅଦ୍ୟାବଧି ରିପୋର୍ଟ କରିନଥିବାରୁ କୈାଣସି ପଦକ୍ଷେପ ନିଆଯାଇନାହିଁ । ଗ୍ରାମବାସୀମାନେ ସେହି ସ୍କୁଲରେ ବେସରକାରୀ ଶିକ୍ଷକଙ୍କ ଦ୍ୱାରା ୨୧ଜଣ ପିଲାଙ୍କୁ ପାଠ ପଢାଇବାର ବ୍ୟବସ୍ଥା କରିଛନ୍ତି । ତେଣୁ ସେହି ବିଦ୍ୟାଳୟକୁ ଯଥାଶୀଘ୍ର ସରକାରୀ ଶିକ୍ଷକ ନିଯୁକ୍ତି ଦେବାକୁ ଗ୍ରାମବାସୀ,ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବି କରିଥିଲେ । ସୈାଦାମିନୀ ନାୟକ, ରାଜକିଶୋର ନାୟକ, ଅର୍ଜୁନ ଚରଣ ନାୟକ, ମନୋଜ କୁମାର ବାରିକ, ଓମ ପ୍ରକାଶ ଦାସ, ବିଶ୍ୱଜୀତ ବାରିକ, ରୁବି ଲେଙ୍କା, ଅଂଶୁମାନ ନାୟକ, ମନିଷା ପ୍ରିୟଦର୍ଶିନୀ ନାୟକ ପ୍ରମୁଖ ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟିଥିଲେ ।