ଶିକ୍ଷାର କାନଭାସରେ ଆଙ୍କିଲେ ପହିଲି ଦିନର ଛବି

ଆରଡ଼ି (ଆଲୋକ ଚନ୍ଦ୍ର ନାୟକ ) : ଛାତ୍ର ଜୀବନରେ ମହାବିଦ୍ଯାଳୟ ହେଉଛି ଏକ ରଙ୍ଗୀନ ପାନ୍ଥଶାଳା ଆଉ ଏଠି ଶିକ୍ଷାର କାନଭାସରେ ନିତିଦିନ ଅଙ୍କିତ ହୁଏ ଜୀବନର ଛବି । ଆଉ ଏଇ ପାନ୍ଥଶାଳା କେତେ ଆଗନ୍ତୁକଙ୍କୁ ପାଛୋଟି ନିଏତ ପୁଣି ବିଦାୟ ଦିଏ ତାହାର ହିସାବ କିଏବା ରଖିଛି ? ମାତ୍ର ଆଗନ୍ତୁକ ମାନେ ପାନ୍ଥଶାଳାରେ ନିଜର ପହିଲି ପଦାର୍ପଣକୁ ହୃଦୟ ମଧ୍ୟରେ ଚିରଦିନ ସାଇତି ରଖନ୍ତି ବୋଲି ଧାମନଗର ବ୍ଲକ ପାଳସାହିସ୍ଥିତ ବାବାମଣି ଡିଗ୍ରୀ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ସ୍ବାଗତ ଉତ୍ସବରେ ଅଧ୍ୟାପକ ଓ ଛାତ୍ରୀଛାତ୍ରୀ ମାନେ ମତ ପୋଷଣ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନିକୁଞ୍ଜ କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ବିଜୟ କୁମାର ଦାଶ, ସୁବାସ ଚନ୍ଦ୍ର ପଣ୍ଡା, ବ୍ରଜ ମୋହନ ମହାପାତ୍ର, କୃଷ୍ଣଚନ୍ଦ୍ର କବି, ନିଗମାନନ୍ଦ ସାମନ୍ତ, କେଶବକର ପଣ୍ଡା, ମନ୍ଦାକିନୀ ମହାପାତ୍ର, ଲକ୍ଷ୍ମୀପ୍ରିୟା ରାଉତ, ଧୂଷୁରୀ ପ୍ରେସ ୟୁନିୟନ ସଭାପତି ସନ୍ତୋଷ ଦାସ, କୋଷାଧ୍ୟକ୍ଷ ରତିକାନ୍ତ ନାୟକ ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଅବଲୋକନ କରିଥିଲେ । ପରେ ଅଧ୍ୟାପିକା ଶୁଭ ସଙ୍ଗୀତା ବିଶ୍ବାଳ ଓ ପ୍ରଣତି ପଟ୍ଟନାୟକଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷା ବିଭାଗର ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ଗୀତ ନାଚ ମାଧ୍ୟମରେ ସ୍ୱାଗତ କରିଥିଲେ ଓ ଖୁସି ମନାଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ