ସର୍ବ ସମ୍ମୁଖରେ ଶିକ୍ଷା ଅଧିକାରୀଙ୍କୁ ଦୁର୍ବ୍ୟବହାର, କାରଣ ଦର୍ଶାଅ ନୋଟିସ ଜାରି
ହାଟଡିହି (ଓ୍ବାଇଏନଏସ): ସ୍କୁଲ ପରିଦର୍ଶନରେ ଯାଇଥିବା ଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କୁ ଜଣେ ଶିକ୍ଷକ ସର୍ବ ସମ୍ମୁଖରେ ଦୁର୍ବ୍ୟବହାର କରିବା ଚର୍ଚ୍ଚାର ବିଷୟ ହୋଇଛି। ଆଜି ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଂପୃକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ଜାରି କରଯାଇଥିବା ସୂଚନା ମିଳିଛି। ଅଧିକାରୀ ଜଣକ ଉକ୍ତ ସ୍କୁଲକୁ ଯାଇ ଫେରୁଥିବା ବେଳେ ଲୋକଙ୍କ ସମ୍ମୁଖରେ ସେହି ସ୍କୁଲର ଜଣେ ଶିକ୍ଷକ ଉଚ୍ଚ ସ୍ବରରେ ପାଟି କରି ଅଧିକାରୀଙ୍କ ସହିତ ଯୁକ୍ତି ତର୍କ କରିଥିଲେ ବୋଲି ଆଲୋଚନା ହେଉଛି।