ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ବିଳମ୍ବିତ ରାତ୍ରରେ ଅନୁଷ୍ଠିତ ହେଲା ନାଲିକଲି ବେଶ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ପୁରୀ ଜିଲ୍ଲା କାକଟପୁର ପ୍ରାଚୀ ତଟ ବାସିନୀ ମା ମଙ୍ଗଳା ଙ୍କ ପୀଠରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା। ପରମ୍ପରା ଅନୁସାରେ ପ୍ରତ୍ୟହ ଭୋର ୪ଟାରୁ ସ୍ୱତନ୍ତ୍ର ପୂଜା ହୁଏ। ସୋମବାର ଠାରୁ ନବଦିନାତ୍ମକ ପୂଜା ଅବା ଗୁପ୍ତ ନୀତି ଆରମ୍ଭ ହୋଇଛି। ନବପତ୍ରିକା ତୃତୀୟ ଦିନରେ ମା ବିଳମ୍ବିତ ରାତ୍ର ରୁ ନାଲିକଲି ବେଶରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି। ମା ଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ବିମାନରେ ମହିଷାସୁର କୁ ଠାବ କରିବାକୁ ରତ୍ନଗିରି ନିଆଯାଇଥାଏ। ପରେ ମନ୍ଦିର ମଧ୍ୟରେ ଥିବା ଦୁର୍ଗା ପ୍ରତିମା କୁ ରତ୍ନବେଦୀ ରୁ ବାହାରକୁ ଆଣି ଏକତ୍ର ଭାବେ ଖଟୁଲିରେ ପୂଜା କରାଯାଏ ଯାହାକୁ ଜଗତି ପୂଜା କୁହାଯାଇଥାଏ। ଜଗତି ପୂଜା ପରେ ମା ‘ଙ୍କ ଚଳନ୍ତି ପ୍ରତିମା କୁ ରତ୍ନ ସିଂହାସନରେ ପୁନଃ ଅବସ୍ଥାପିତ କରାଯିବା ପରେ ମା ଙ୍କ ବେଶ ଲାଗି ହୁଏ। ଦେବୀ ପକ୍ଷର ପ୍ରଥମ ନଅଦିନ ଦେବୀ ୯ ଟି ଭିନ୍ନ ଭିନ୍ନ ନାମ ଓ ରୂପରେ ପୂଜିତ ହୁଅନ୍ତି। ସେହି ୯ ନାମ ଓ ରୂପ “ନବଦୁର୍ଗା”ଭାବରେ ବିଦିତା ତାହା ହେଉଛି ପ୍ରଥମତଃ ଶୈଳପୁତ୍ରୀ,ଦ୍ୱିତୀୟମ ବ୍ରହ୍ମଚାରିଣୀ, ତୃତୀୟମ ଚନ୍ଦ୍ରଘଣ୍ଟା। ନବଦୁର୍ଗା ଙ୍କ ମଧ୍ୟରୁ ତୃତୀୟ ଦୁର୍ଗା ଚନ୍ଦ୍ରଘଣ୍ଟା। ବିଳମ୍ବିତ ରାତ୍ର ରେ ତୃତୀୟ ଦିନରେ ମା ମଙ୍ଗଳା ନାଲି କଲି ବେଶ ଅନୁଷ୍ଠିତ ହୋଇଯାଇଛି। ନବଦିନାତ୍ମକ ପୂଜାର ତୃତୀୟ ଦିନରେ ମା ବିଳମ୍ବିତ ରାତ୍ରରେ ନାଲି କଲି ବେଶ ଦର୍ଶନ ଦେଇଥିଲେ।
ତାଙ୍କର ମସ୍ତକରେ ଘଣ୍ଟା ଆକାରରେ ଅର୍ଦ୍ଧଚନ୍ଦ୍ର ସୁଶୋଭିତା। ତାଙ୍କର ଶରୀର ସ୍ୱର୍ଣ୍ଣାଭ ଓ ଉଜ୍ଜଳା ସେ ଦଶଭୂଜା। ସେହି ଦଶଭୂଜରେ ଖଡ୍ଗ ଆଦି ବିଭୂଷିତ। ତାଙ୍କର ଘଣ୍ଟା ଧ୍ଵନିରେ ଦୁରାଚାରି ଦୈତ୍ୟ ପ୍ରକମ୍ପିତ ହୁଅନ୍ତି। ସେ ତୃତୀୟ ଦିନର ଉପାସ୍ୟା ସାଧକ ଏହି ଦିନ ମଣିପୁର ଚକ୍ରରେ ପ୍ରବେଶ କରନ୍ତି ଏବଂ ମାତା ଚନ୍ଦ୍ରଘଣ୍ଟା କୃପାରେ ତାଙ୍କର ସମସ୍ତ ପାପ ଓ ବାଧା ନାଶ ହୁଏ। ଏହାଙ୍କର ବାହନ ସିଦ୍ଧି ହୋଇଥିବାରୁ ସାଧକ ପରାକ୍ରମୀ ଓ ନିର୍ଭୟ ହୁଅନ୍ତି। କିନ୍ତୁ ଦୁଷ୍ଟ ଦମନ ହେବା ଯୋଗୁଁ ସେ ମାତାଙ୍କ ପରି ଶାନ୍ତ ରହନ୍ତି। ଏହାଙ୍କର ଉପାସନା ମନୁଷ୍ୟକୁ ସାଂସାରିକ କଷ୍ଟରୁ ମୁକ୍ତ କରି ପରମ ପଦର ଅଧିକାରୀ କରିଥାଏ।ନବଦିନାତ୍ମକ ପୂଜା ସମୟରେ ରାଜ୍ୟର କୋଣ ଅନୁକୋଣ ରୁ ମା ମଙ୍ଗଳା ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।