ଦିନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ

ହାଟଡିହି (ଓ୍ବାଇଏନଏସ): ହାଟଡିହିର ଭାରତୀୟ ଜନତା ପାର୍ଟି କାର୍ଯ୍ୟଳୟ ଠାରେ ଦିନ ଦୟାଲ ଉପାଧ୍ୟାୟ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସୁଶାନ୍ତ କୁମାର ଜେନା, ଦୀପକ ଜେନା, ଦୀପ୍ତିମୟୀ ଖୁଣ୍ଟିଆ, ତୃପ୍ତି ମୟୀ ଜେନା, ହରେକୃଷ୍ଣ ସ୍ଵାଇଁ,ଯୁଧିଷ୍ଠିର ମଲ୍ଲିକ, ଶଶିକାନ୍ତ ରାଉତ, ଭୀମସେନ ପେରେଇ ପ୍ରମୁଖ ଯୋଗଦେଇ ଦିନ ଦୟାଲ ଉପାଧ୍ୟାୟଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନ ହିତକର ଯୋଜନା ଗୁଡିକ କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ଓ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମର ସୁଫଳ କିପରି ଲୋକମାନେ ପାଇବେ ତାହା ଉପରେ ଗୁରୁତ୍ଵାରୋପ କରିଥିଲେ। ଏଥିରେ ହାଟଡିହି ବ୍ଲକର ୪ଟି ଯାକ ମଣ୍ଡଳରୁ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ