କେନ୍ଦୁଝର ଜିଲ୍ଲାର ଦୁଇଜଣ ଯୁବ ଭୂବୈଜ୍ଞାନିକ ରାଷ୍ଟ୍ରପତିଙ୍କ ଦ୍ବାରା ଜାତୀୟ ଭୂବୈଜ୍ଞାନିକ ସମ୍ମାନ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜାତୀୟ ଭୂବିଜ୍ଞାନ ସମ୍ମାନ ୨୦୨୪ ରାଷ୍ଟ୍ରପତି ଭବନରେ ୨୬/୦୯/୨୦୨୫ ରେ ପ୍ରଦାନ କରାଯାଇଅଛି। ଭାରତର ମହାମହିମ ରାଷ୍ଟ୍ରପତି ମାନନୀୟା ଶ୍ରୀମତୀ ଦ୍ରୋପଦୀମୁର୍ମୁଙ୍କ ସଭାପତିତ୍ବରେ ଆୟୋଜିତ ସମ୍ମାନ ପ୍ରଦାନ ଉତ୍ସବରେ ମାନ୍ୟବର ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ଜି.କିଷାନ ରେଡ୍ଡୀ ମଞ୍ଚାସୀନ ଥିଲେ। ଏହି ସମ୍ମାନପ୍ରଦାନଉତ୍ସବରେ ସମଗ୍ର ଭାରତବର୍ଷରୁ ୨୨ ଜଣ ବୈଜ୍ଞାନିକଙ୍କୁ ଜାତୀୟ ଭୂବୈଜ୍ଞାନିକ ସମ୍ମାନପ୍ରଦାନକରାଯାଇଅଛିକେନ୍ଦୁଝର ଜିଲ୍ଲାର ଦୁଇଜଣ ଯୁବ ବୈଜ୍ଞାନିକ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ଶୁଭଦର୍ଶିନୀ ଓ ଶ୍ରୀଯୁକ୍ତ ହରମନ ମହାନ୍ତ ଏହି ସମ୍ମାନସ୍ପଦ ଜାତୀୟ ଭୂବୈଜ୍ଞାନିକ ସମ୍ମାନଭୂବିଜ୍ଞାନକ୍ଷେତ୍ରରେସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମହାମହିମ ରାଷ୍ଟ୍ରପତି ମାନନୀୟା ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି।କେନ୍ଦୁଝର ମାଇନିଂ ଗାୟତ୍ରୀ ମନ୍ଦିର ରୋଡ଼ର ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ଶୁଭଦର୍ଶିନୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମଦନ ମୋହନ ଦ୍ବିବେଦୀ ଏବଂ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ କୁମୁଦିନୀ କରଙ୍କ କନ୍ୟା, ବର୍ତ୍ତମାନ ଡାଇରେକ୍ଟରଭାବେGSIଭୁବନେଶ୍ୱର ଠାରେ କାର୍ଯ୍ୟରତ। ତାଙ୍କର ସ୍ଵାମୀ ଶିବଦତ୍ତ ମହାପାତ୍ର ପେଟ୍ରୋଲିୟମ ଜିଓଲୋଜିଷ୍ଟ ଓ କନ୍ୟା ମୋକ୍ଷଦା ମହାପାତ୍ର। ଅନୁଗୋଳ ଜିଲ୍ଲାର ତାଳଚେର ଅଞ୍ଚଳରେ କୋଇଲାର Exploration ନିମନ୍ତେ ତାଙ୍କର କାର୍ଯ୍ୟ ପାଇଁ ସେ ଏହି ସମ୍ମାନସ୍ପଦ ଜାତୀୟ ପୁରସ୍କାର ପାଇଛନ୍ତି। ବାରିଆର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ କଳାକର ମହାନ୍ତ ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ନର୍ମଦା ମହାନ୍ତ ଙ୍କ ପୁତ୍ର ଶ୍ରୀ ହରମନ ମହାନ୍ତ ବର୍ତ୍ତମାନ ସିନିଅର ଜିଓଲୋଜିଷ୍ଟ ଭାବେ GSI ଭୁବନେଶ୍ୱର ଠାରେ କାର୍ଯ୍ୟରତ।ତାଙ୍କ ସ୍ତ୍ରୀଙ୍କ ନାମ ଶ୍ରୀମତୀ ସୁବାସିନୀ ମହାନ୍ତ ଏବଂ ପୁତ୍ରର ନାମ ସୁହାଁସ ମହାନ୍ତ। ମୟୁରଭଞ୍ଜ ଜିଲ୍ଲାରେ ତମ୍ବା ଆବିଷ୍କାର ନିମନ୍ତେ ସେ ଏହି ସମ୍ମାନସ୍ପଦ ସମ୍ମାନ ପାଇଛନ୍ତି। କେନ୍ଦୁଝର ଜିଲ୍ଲାର ଗର୍ବ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ କରିଥିବାରୁ ଏହି ଦୁଇଜଣ ବୈଜ୍ଞାନିକଙ୍କ ନିମନ୍ତେ ସମଗ୍ର କେନ୍ଦୁଝର ଜିଲ୍ଲା ଗର୍ବ ଅନୁଭବ କରୁଛି ଓ ଜିଲ୍ଲାସାରା ଆନନ୍ଦର ଲହରୀ ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ