ଓଏଏସ ୧୯୫ ରେଙ୍କରେ ଦିଗପହଣ୍ଡିର ଚାଷୀଙ୍କ ପୁଅ କାଳୁ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ୱର ଗ୍ରାମର କାଳୁ ରାଉତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୯୫ ରେଙ୍କ୍ ରଖି ନିଜ ପରିବାର, ପଞ୍ଚାୟତ ଏବଂ ସର୍ବୋପରି ଦିଗପହଣ୍ଡି ବ୍ଲକର ଗୌରବ ବୃଦ୍ଧି କରିଛନ୍ତି। ଏକ ସାଧାରଣ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥବା କାଳୁଙ୍କ ଏହି ସଫଳତା ପରେ ଚାରିଆଡ଼େ ଖୁସିର ଲହରୀ ଖେଳିଯାଇଛି। କାଳୁଙ୍କ ବାପା ମାଗତା ରାଉତ ଏବଂ ମାଆ ଜୟନ୍ତୀ ରାଉତ ପୁଅର ସଫଳତା ପଛରେ ପ୍ରଭୁ ଜଗନ୍ନାଥଙ୍କ ଆଶର୍ବାଦ ରହିଥିବା କହିଛନ୍ତି। ସେ ଗାଁ ହାଇସ୍କୁଲ ରେ ୧୦ ମ ଯାଏଁ ପାଠ ପଢୁଥିଲେ। ସୋମବାର ସେ  ଭୁବନେଶ୍ୱରରୁ ଗ୍ରାମକୁ ଫେରିବା ପରେ ତାଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ସିଦ୍ଧେଶ୍ୱର ପଞ୍ଚାୟତ ସରପଞ୍ଚ ବିଜୟ କୁମାର ପ୍ରଧାନ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ