ବନାଖଣ୍ଡି ଛକରେ ମା ଗଜଲକ୍ଷ୍ମୀଙ୍କ ପୂଜା

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ସ୍ଥିତ ବନାଖଣ୍ଡି ଛକରେ ମା ଗଜଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ମା ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଖବରରୁ ପ୍ରକାଶ ଯେ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମହାମାୟୀ ମା ଗଜଲକ୍ଷ୍ମୀ ଙ୍କର ପୂଜାର୍ଚ୍ଚନା ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇଛି। ଧାର୍ମିକ ରୀତିନୀତି ଅନୁଯାୟୀ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପୂଜା କମିଟି ଓ ଶ୍ରଦ୍ଧାଳୁ ଭକ୍ତମାନେ କଳସ ଯାତ୍ରାରେ ଯାଇ ପବିତ୍ର ଜଳ ଆଣିବା ପରେ ମା ଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା। ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ସନ୍ଧ୍ୟା ସମୟରେ ଧାର୍ମିକ ରୀତିନୀତି ଅନୁଯାୟୀ ମା ଙ୍କ ନିକଟରେ ହୋମ ଯଜ୍ଞ ଆଦି କାର୍ଯ୍ୟ କରାଯାଇ ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି। ଏହି ପୂଜା କାର୍ଯ୍ୟରେ ମା ଲକ୍ଷ୍ମୀ ପୂଜା କମିଟି ବନାଖଣ୍ଡି ଗ୍ରାମର ମୁଖ୍ୟ ଉପଦେଷ୍ଟା ପିଙ୍କନ ପ୍ରସାଦ ଜେନା ସଭାପତି ମାନସ କୁମାର ବରାଳ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟରେ ସଂପାଦକ ସୂର୍ଯ୍ୟ ନାରାୟଣ ବିଶ୍ଵାଳ,କୋଷାଧ୍ୟକ୍ଷ ପବିତ୍ର କୁମାର ଜେନା ସମେତ ସମସ୍ତ ସଭ୍ୟ ମାନଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଛି। ଏହି ପୂଜା କାର୍ଯ୍ୟରେ କର୍ତ୍ତା ବ୍ରଜବନ୍ଧୁ ବରାଳ, କର୍ତ୍ତୀ ଭାବେ ଲିଲି ବରାଳ ଓ ପୂଜକ ରାଜୁ ଭାଇନା , ବିରଞ୍ଚି ଭାଇନା ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ