ମୁନିଗୁଡା ପୋଲିସ ଦ୍ୱାରା ଚୋରି ଘଟଣାର ପର୍ଦାଫାଶ:ଛଅ ଗିରଫ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ) ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା ଥାନା ଅନ୍ତର୍ଗତ ମୁନିଖୋଲ ଠାରେ ଏକ ଘରରୁ ଚୋରି ହୋଇଥିବା ଘଟଣାରେ ଘଟଣାର ପର୍ଦାଫାଶ କରିବା ସହ ଛଅ ଜଣ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାଇ ସେପେଟେମ୍ବର ୨୬ ତାରିଖ ରାତିରେ ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ ଠାରେ ଚିତ୍ତରଞ୍ଜନ ମିଶ୍ର ନାମକ ଜଣଙ୍କ ଘରେ କେହି ନଥିବାର ସୁଯୋଗ ନେଇ ରାତ୍ରରେ ସୁନା ଗୋହଣା ଓ ରୁପା ଚୋରି ହୋଇଥିବା ନେଇ ମୁନିଗୁଡା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ମୁନିଗୁଡା ଏସ୍ଡ଼ିପିଓ ସନ୍ତୋଷିନୀ ଓରାମଙ୍କ ନିର୍ଦେଶ କ୍ରମେ ଥାନା ଆଦିକାରୀ ସୌଦାମିନୀ ବେହେରାଙ୍କ ନେତୃତ୍ୱରେ ଏସଆଇ ବିକାଶ ଦେବନାଥଙ୍କ ସମେତ ଏଏସଆଇ ଜିୟଚିନ୍ଦ୍ର ସାହୁ ଓ ଅନ୍ୟ ଅଧିକାରୀ ମାନେ ବିଭିନ୍ନ ସୂତ୍ରରୁ ଯାଞ୍ଚ ଓ ତଦନ୍ତ ଆରମ୍ବ କରିଥିଲେ । ପରେ ଏହି ଚୋରି ଘଟଣାରେ ଚାନ୍ଦିଲି ଥାନା ଅଞ୍ଚଳର ଅଜୟ ବାଗ,ସାଜିତ କରକାରିଆ ଓ ମୁନିଗୁଡା ଥାନା ଅଞ୍ଚଳର ପ୍ରମୋଦ ସୁନା, ଅରମାନ ଭାତ୍ରା, ପିଣ୍ଟୁ ଟାକ୍ରୀ ପ୍ରମୁଖଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।ଏଥିସହ ଚୋରି ହୋଇଥିବା ସୁନାକୁ ଅଜୟ ବାଗ ରାୟଗଡାସ୍ଥିତ ଇଣ୍ଡେଲ ମୋନୀ ନାମକ ଏକ ପ୍ରାଇବେଟ ବେଙ୍କରେ ମାଡ଼ଗେଜ ରଖି ତିନି ଲକ୍ଷ୍ୟ ଟଙ୍କା ଲୋନ ଉଠାଇଥିବା ବେଳେ ଏହି ଟଙ୍କା ଚାନ୍ଦିଲି ଥାନା ଅନ୍ତର୍ଗତ ଭୂପେନ୍ଦ୍ର ସୁନା ନାମକ ଜଣକ ଆକାଉଣ୍ଟରେ ପକାଇଥିଲେ । ଏହି ଘଟଣାରେ ସେ ସମ୍ପୃକ୍ତ ଥିବା ନେଇ ଭୂପେନ୍ଦ୍ରକୁ ମଧ୍ୟ ଏହି ଘଟଣାରେ ତଦନ୍ତ ପରିସର ଭୁକ୍ତକୁ ଅଣାଯାଇ ଅଧିକ ପଚରା ଉଚରା ଜାରି ରହିଥିବା ବେଳେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ଏହାର ତଦନ୍ତ ଜାରି ରହିଛି ଏବଂ ଏନେଇ ମୁନିଗୁଡା ଥାନା କେଶ ନମ୍ବର ୧୯୩/୨୫ ରେ ମାମଲା ରୁଜୁ କରି ଏମାନଙ୍କ ଠାରୁ ନଗଦ ୮ ହଜାର ଟଙ୍କା ସୁନା ଚେନ ଓ ରୁପା ପାଉଁଜି ସହ ସୁନା ଗହଣା ଯବତ କରାଯାଇଛି ସମ୍ପୃକ୍ତ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯଇଛି ବୋଲି ଏସ୍ଡ଼ିପିଓ ଶ୍ରୀମତୀ ଓରାମ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।