ଗଙ୍ଗଦାହାଟରେ ମା’ଦୁର୍ଗାଙ୍କ ଭସାଣୀ ଉତ୍ସବ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାହାଟରେ ମା’ଦୁର୍ଗାଙ୍କର ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ମୃଣ୍ମୟୀ ମୂର୍ତିକୁ ଡେରିକି ଧାନମଣ୍ଡି ଠାରୁ ବାଣ,ବାଜା ଓ ସୁସଜ୍ଜିତ ଆଲୋକମାଳା ସହ ଭାଲୁ ନାଚ ସହିତ ଶୋଭାଯାତ୍ରାରେ ଧୂଆଁପଦା ନାରାୟଣୀ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା। ପରେ ଉକ୍ତ ମୂର୍ତିକୁ ଗୋବରୀ ନଦୀରେ ବିସର୍ଜନ କରାଯାଇଥିଲା। ଏହି ଭସାଣୀ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ମା’ ଦୁର୍ଗାପୂଜା ଓ ବଜାର କମିଟିର ସଭାପତି ନରେଶ ସେଠୀ, ସଂପାଦକ ବିବେକାନନ୍ଦ ବାରିକ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ବିଶ୍ୱାଳ, ସଦସ୍ୟ ଉମେଶ ବିଶ୍ୱାଳ,ପବିତ୍ର ପଣ୍ଡା,ପ୍ରଶାନ୍ତ ଦଳାଇ, ରଶ୍ମୀରଂଜନ ତ୍ରିପାଠୀ, ରଂଜିତ ଜେନାଙ୍କ ସମେତ ସମସ୍ତ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ନାଉଗାଁ ପୋଲିସ ଏସଆଇ ନୀଳମଣୀ ନାୟକ ଓ କର୍ମଚାରୀ ଓ ଗାରୋଇ ଫାଣ୍ଡି ଅଧିକାରୀ ଏଏସଆଇ ପ୍ରଶାନ୍ତ କୁମାର ପ୍ରଧାନ ଓ କର୍ମଚାରୀ ପ୍ରମୁଖ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ।