ଗଜପତିରୁ ରାଜ୍ୟ ବାହାରକୁ ବଳଦଚାଲାଣକୁ ରୋକିଲେ ଗ୍ରାମବାସୀ ଓ ବଜରଙ୍ଗ ଦଳର କର୍ମୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ କଣ୍ଟ୍ରାଗଡ ପଞ୍ଚାୟତର ରାଜପୁର ଗ୍ରାମରୁ ରାଜ୍ୟ ବାହାରକୁ ବଳଦ ଚାଲାଣକୁ ରୋକିଛନ୍ତି ଗ୍ରାମବାସୀ ଓ ବଜରଙ୍ଗ ଦଳର କର୍ମୀମାନେ । ରାୟଗଡ ବ୍ଲକାଞ୍ଚଳରୁ ରାଜପୁର ଗ୍ରାମଦେଇ 5 ଗୋଟି ବଳଦକୁ ଚଲାଇ ଚଲାଇ ନିଆଯାଉଥିବାର ଲକ୍ଷ୍ୟ କରିଥିଲେ ଗ୍ରାମବାସୀ ଓ ବଜରଙ୍ଗ ଦଳର କର୍ମୀମାନେ ବଳଦ ଗୁଡିକୁ ବାଟକଡାଇ ନେଉଥିବା ଲୋକଙ୍କୁ ଏସମ୍ପର୍କରେ ପଚାରି ବୁଝିଥିଲେ. ସେମାନଙ୍କ ନିକଟରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନଥିବାରୁ ଉତ୍ତେଜନା ଦେଖାଦେଇଥିଲା । ଏହାପରେ ଗୁରାଣ୍ଡି ଥାନାକୁ ଖବର ଦେଇଥିଲେ ବଜରଙ୍ଗ ଦଳର କର୍ମୀମାନେ । ଘଟଣା ସ୍ଥଳରେ ଗୁରାଣ୍ଡି ପୋଲିସ ପହଞ୍ଚି ତଦନ୍ତ କରିଥିଲେ । ଶେଷରେ ସର୍ବସମ୍ମତି କ୍ରମେ ଉକ୍ତ ବଳଦ ଗୁଡିକର ମାଲିକଙ୍କୁ ସମସ୍ତ ବଳଦକୁ ହସ୍ତାନ୍ତର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ