ଆସାମ, ସମ୍ବଲପୁରୀ ଓ କେରଳ ନୃତ୍ୟ ଶିଳ୍ପୀଙ୍କ ଶ୍ରଦ୍ଧାଳୁଙ୍କୁ ବିମୋହିତ କଲା
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ଭକ୍ତଙ୍କୁ ଦର୍ଶନ ଦେବାକୁ ଧରାବତରଣ କରିଥିଲେ ମା “। ଖୁସିରେ ପୂରି ଉଠିଥିଲା ଅସ୍ତରଙ୍ଗ। ୫ଦିନର ପୂଜାର୍ଚନା ପରେ ମନୋରଞ୍ଜନ କାର୍ଯ୍ୟକ୍ରମ ଶୁକ୍ରବାର ସନ୍ଧ୍ୟାରେ ମା “ମେଲାଣି ନେଇଛନ୍ତି। ଅସ୍ତରଙ୍ଗ ପୁଲିସର କଡା ସୁରକ୍ଷା ଭିତରେ ଭଷାଣି ଶୋଭାଯାତ୍ରାରେ ମା ଙ୍କୁ ଭାବପୂର୍ଣ୍ଣ ବିଦାୟ ଦେଇଛନ୍ତି ଅସ୍ତରଙ୍ଗ ଅଂଚଳବାସୀ। ଚଳିତ ବର୍ଷ ଅସ୍ତରଙ୍ଗ ମା” ଦୁର୍ଗା କ୍ଲବ ୫୭ବର୍ଷ ରେ ପଦାର୍ପଣ ହୋଇଥିବା ବେଳେ ପଶ୍ଚିମବଙ୍ଗ ମାୟାପୁରି ଇସ୍କନ ମନ୍ଦିର ଅବିକଳ ତୋରଣ ରେ ସୁସଜ୍ଜିତ ପୂଜା ପାଇଥିଲେ ଜଗତଜନନୀ ମା ଦୁର୍ଗା। ଶୁକ୍ରବାର ସନ୍ଧ୍ୟା ରେ ଅସ୍ତରଙ୍ଗ ଦୁର୍ଗା କ୍ଲବ ପକ୍ଷରୁ ମା “ଙ୍କ ମେଲାଣି ପାଈଁ ପାରମ୍ପରିକ ବାଦ୍ୟ ଓ ନୃତ୍ୟର ସମାରୋହ ରେ ଅସ୍ତରଙ୍ଗ ବଜାର ଦୁଲୁକି ଉଠିଥିଲା। ଦର୍ଶକ ଙ୍କ ମନମୋହିଲା ଆସାମ, କେରଳ ଓ କୋଲକାତା ରୁ ଆସିଥିବା ନୃତ୍ୟ ସମେତ କଳାହାଣ୍ଡି ର ସମ୍ବଲପୁରୀ ବାଦ୍ୟ ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରିଥିଲା।ଶଙ୍ଖ, ଘଣ୍ଟ, ଘଣ୍ଟା, ସିଂଘବାଜା, ତୁରୀ, ମହୁରୀ ସାଙ୍ଗକୁ ଦୁଲୁଦୁଲି ଢୋଲ ମର୍ଦ୍ଧଳ ରେ ଶୋଭାଯାତ୍ରା ପ୍ରକମ୍ପିତ ହୋଇ ଉଠିଥିଲା। ସେହିଭଳି ସିଂହନାଚ, ଘୋଡାନାଚ, କଣ୍ଢେଇ ନାଚ ଆଦି ଦେଖଣାହାରୀ ଙ୍କ ମନକୁ ଛୁଇଁଥିଲା। ପୂଜା କମିଟି ନିର୍ଦ୍ଧେଶ ଅନୁଯାୟୀ ଅସ୍ତରଙ୍ଗ ବାସୀ ଅବଶ୍ୟ ଡିଜେ ର କାନଫଟା ଯନ୍ତ୍ରଣାରୁ ମୁକ୍ତି ପାଇଥିଲେ। ଦୁର୍ଗା କ୍ଳବ ନିକଟରୁ ମା ଙ୍କ ଭସାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅସ୍ତରଙ୍ଗ ବଜାର ପରିକ୍ରମା କରି ଅସ୍ତରଙ୍ଗ ନିକଟସ୍ଥ ଭଉଁରିଆ ସେତୁ ନିକଟରେ ବହିଯାଇଥିବା ନଦୀରେ ମା “ଙ୍କୁ ବିସର୍ଜନ କରାଯାଇଥିଲା। ଭସାଣ ଉତ୍ସବ କୁ ଆଖିରେ ରଖି ବଜାର ରେ ପୁଲିସ ମୁତୟନ ହୋଇଥିଲେ। ଏହି ଭସାଣ ଦେଖିବା ନିମନ୍ତେ ଅସ୍ତରଙ୍ଗ ବଜାର ଉଭୟ ପାର୍ଶ୍ୱରେ ଶତାଧିକ ଶ୍ରଦ୍ଧାଳୁ ଏକତ୍ର ହୋଇ ମା ଙ୍କୁ ଦର୍ଶନ କରିଥିଲେ।