ମେରମେଦ୍ଦା ନାଳ ବେଧଡକ ବାଲି ଚାଲାଣ, ନିଘୋଡ଼ ନିଦରେ ଲଘୁ ଖଣି ଅଧିକାରୀ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତ ର କୁଟୁପଶି ନିକଟ ଦେଇ ପ୍ରବାହିତ ହେଉଥିବା ମେରେମଦ୍ଦା ନାଳ ରୁ ଦିନରାତି ଅବାଧରେ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ଚୋରା ବାଲି ଚାଲାଣ କୁ ରୋକିବା ଦିଗରେ ଲଘୁ ଖଣି ଅଧିକାରୀ, ସ୍ଥାନୀୟ ପୁଲିସ ପ୍ରଶାସନ, ରାଜସ୍ବ ବିଭାଗ ଗୁରୁତ୍ବ ଦେଉନଥିବାରୁ କୁଟପଶି ନିକଟସ୍ଥ ମେରମେଦ୍ଦା ନାଳରୁ ଦିନରାତି ବାଲି ଉଠାଇ ଜାଲି ଗ୍ରାମ ଠାରେ ବେଆଇନ ଭାବେ ବାଲିକୁ ଡିପୋ କରିଛନ୍ତି। ଜାଲି ଗ୍ରାମରେ ଟ୍ରିପ ଟ୍ରିପ ବାଲି ଗଚ୍ଛିତ ହୋଇ ବାହାରକୁ ବେଆଇନ ଭାବରେ ଚାଲାଣ ହେଉଥିବା ସମ୍ପର୍କରେ ଲଘୁ ଖଣି ଅଧିକାରୀ, ରାଜସ୍ବ ଅଧିକାରୀ ଏବଂ ସ୍ଥାନୀୟ ପୁଲିସ ପ୍ରଶାସନ ଜାଣି ମଧ୍ୟ ଅଜଣା ରହିବା ପଛରେ କି ରହସ୍ୟ ରହିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଜାଲିରେ କିଛି ବ୍ୟକ୍ତି ବାଲିକୁ ଗଚ୍ଛିତ ରଖି ସନ୍ଧ୍ୟା ହେଲେ ସେହି ବାଲିକୁ ଜେସିବି ମାଧ୍ୟମରେ ହାଇଓ୍ବା ରେ ଲୋଡ କରି ଖଣି ଅଞ୍ଚଳ ଯଥା ଯୋଡା, ବଡ଼ବିଲ, ବଲାଣି ସମେତ ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ଆଦି ଅଞ୍ଚଳକୁ ବେଆଇନ ଭାବରେ ବାଲି ଚାଲାଣ କରି ବେଶ ମୁନାଫା ଉଠାଇ ଚାଲିଛନ୍ତି। ଏପଟେ ଅନ୍ତୋଦୟ ଯୋଜନା ରୁ ଘର ପାଇଥିବା ଗରିବ ପରିବାର ମାନେ ଘର କରିବା ପାଇଁ ବାଲି ପାଇ ପାରୁନାହାନ୍ତି। ଯଦିବି ବାଲି ପାଉଛନ୍ତି ଚଢା ଦାମରେ କିଣିବାକୁ ପଡୁଛି। ଏପଟେ ସରକାର ଗରିବ ଅନ୍ତୋଦୟ ଯୋଜନା ରୁ ଘର ପାଇଥିବା ପରିବାର ଗୁଡ଼ିକୁ ଅଧିକାରୀ ମାନେ ତାଗିଦ କରୁଛନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ଘର କାମ ଶେଷ କରିବା ପାଇଁ। ଜାଲିରେ ବାଲି ଗଚ୍ଛିତ ରଖି ବାହାରକୁ ବେଆଇନ ଚାଲାଣ କରୁଥିବା ସମ୍ପର୍କରେ ଜନସାଧାରଣ ବିଭାଗୀୟ ଅଧିକାରୀ ଙ୍କ ଠାରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଲୋକ ଦେଖାଣିଆ ଚଢ଼ାଉ କରୁଛନ୍ତି। ଗଚ୍ଛିତ ରହିଥିବା ବାଲି କିମ୍ବା ବାଲି ଚୋରା ଚାଲାଣ କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦେଖିବାକୁ ମିଳୁଛି। ବେଆଇନ ବାଲି ଗଚ୍ଛିତ କରି ବାହାରୁ କୁ ଚାଲାଣ କରୁଥିବା ବ୍ୟକ୍ତି ଙ୍କ ବିରୋଧ ଜିଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ