ପୋଲସରା ବ୍ଲକ୍ ସ୍ତରୀୟ ସୁରଭି-୨୦୨୫ କାର୍ଯ୍ୟକ୍ରମ

ପୋଲସରା(ଅନୀଲ କୁମାର ମହାରଣା): ପୋଲସରା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୫” ପୋଲସରା ଏନଏସି ରାଣିପଡ଼ା ବାଲୁଙ୍କେଶ୍ବର ଉଚ୍ଚ ବିଦ୍ୟାଳୟ ଓ ରାଣୀପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ଅକ୍ଟୋବର ୧୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଇଓ ଶ୍ରୀହର୍ଷ ବାବୁ ଖାଡଙ୍ଗା କାର୍ଯ୍ୟକ୍ରମରେ  ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ନଅନ୍ୟବାର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ତହସିଲଦାର ଦୀପ୍ତିମୟୀ ପାତ୍ର, ରାଣୀପଡା ହାଇ ସ୍କୁଲ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମୁଦୁଲି, ଏବିଇଓ ସ୍ୱରୁପ କୁମାର ପାତ୍ର, ରାଣୀପଡା ୟୁପି ସ୍କୁଲ ପ୍ରଧାନଶିକ୍ଷକ  ବଳରାମ ବେହେରା ଏବଂ ପ୍ରାକ୍ତନ ଶିକ୍ଷକ କାମ୍ପ ବାଢେଇ, ପ୍ରଶାନ୍ତ କୁମାର ପ୍ରଧାନ, ପ୍ରସନ୍ନ ଡାକୁଆ, ମୋତିରାମ ସାହୁ, ରଘୁନାଥ ପଣ୍ଡା ଓ ରାମକୃଷ୍ଣ ପ୍ରଧାନ ଯୋଗଦେଇଥିଲେ। ୨୦୩୬ ମସିହାରେ ହେବାକୁ ଥିବା ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତିକୁ ନେଇ “ବିକଶିତ ଓଡିଶା ୨୦୩୬” ଗଠନରେ ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନେଇ ବକ୍ତବ୍ୟ ରଖିଥିଲେ। ଉଚ୍ଚ ଶିକ୍ଷିତ ହେବା ପାଇଁ ପାଠର ଗୁରୁତ୍ଵ ସହ ଶିଶୁଙ୍କ ସର୍ବାଙ୍ଗୀନ ବିକାଶରେ ‘ସୁରଭି’ କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କ୍ଲଷ୍ଟର ସ୍ତରରେ କୃତିତ୍ୱ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ, ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକୃତା, ଶିଳ୍ପକଳା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର, ଦଳଗତ ନୃତ୍ୟ ଆୟୋଜନ ହୋଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ବୃନ୍ଦ ପୁରସ୍କାର ବିତରଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ବୃନ୍ଦ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ। ସମସ୍ତ ସିଆରସିସି ଏବଂ ବିଦ୍ୟାଳୟ ଦ୍ୱୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ବୃନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ