ଶିଶୁ ମାନଙ୍କର ପ୍ରତିଭା କୁ ବିକଶିତ କରିବାର ଏକ ମାଧ୍ୟମ ହେଉଛି ସୁରଭି

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ କେନ୍ଦୁଝର ସଦର ର  ସ୍ଥାନୀୟ ମହାଲକ୍ଷ୍ମୀ ସରକାରୀ ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସର ରେ  ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କପିଳ ଚନ୍ଦ୍ର ଦାଶ ସମ୍ମାନିତ  ଅତିଥି, ଆଞ୍ଚଳିକ ମହାବିଦ୍ୟାଳୟ ପଦ୍ମପୁର ର ଅଧ୍ୟାପକ ହୃଷିକେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ନିଜ ର ବକ୍ତବ୍ୟ ପ୍ରଦାନ କରିବା ଅବସର ରେ ଶିଶୁ ମାନଙ୍କର ପ୍ରତିଭା ବିକଶିତ ହେବାର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ରାଇସୁଆଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର  ସାହୁ ଯୋଗ ଦେଇ ନିଜ ର ଅଭିଭାଷଣ ରଖିଥିଲେ । ମହାଲକ୍ଷ୍ମୀ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ର ପ୍ରଧାନ ଶିକ୍ଷକ ସନାତନ ଖଟୁଆ ଆଜିକାର ଉଦ୍ଘାଟନୀ ସଭା ରେ ସଭାପତିତ୍ବ କରିଥିଲେ। ଅତିରିକ୍ତ ଶିକ୍ଷାଧିକାରୀ ତଥା ବିଆରସିସି ମାନସ ରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ର ସଂଯୋଜନା କରିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ।  ଉଦଯାପନୀ ସମାରୋହ ରେ ବ୍ଲକ୍ ଶିକ୍ଷାଧିକାରୀ ଓଁକାର ଅନ୍ୱେଷ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କୃତୀ ଶିଶୁ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ପ୍ରାଥମିକ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଭାଗ ରୁ ମୋଟ ୩୧ ଟି ଇଭେଣ୍ଟ ରେ ମୋଟ ୬୪୩ ଜଣ ଶିଶୁ ଭାଗ ନେଇଥିଲେ ।କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ବିଭିନ୍ନ ଇଭେଣ୍ଟ ରେ କେବଳ ପ୍ରଥମ ହୋଇଥିବା ଶିଶୁ ମାନେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରେ ଅଂଶ ଗ୍ରହଣ କରିବେ ବୋଲି ସର୍ବଶେଷ ରେ ଜଣାଇ ଦିଆଯାଇଥିଲା।କେନ୍ଦୁଝର ସଦର ମଣ୍ଡଳ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ,ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ବିଚାରକ ଭାବେ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଧ୍ୟାପକ ଓ କେନ୍ଦୁଝର ସଦର ମଣ୍ଡଳ ଅଧିନସ୍ଥ ସମସ୍ତ ସିଆରସିସି ତଥା ସ୍ଥାନୀୟ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାପିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ