ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଇଣ୍ଟର ୟୁନିଟ୍ ରିପବ୍ଲିକ୍ ଡେ କ୍ୟାମ୍ପ୍

କଟକ, (ଓ୍ବାଇଏନଏସ): କଟକ ଗ୍ରୁପ୍ ହେଡକ୍ୱାର୍ଟର୍ସ୍ ଅଧୀନସ୍ଥ ବିଭିନ୍ନ କଲେଜ ଓ ବିଦ୍ୟାଳୟର ୫୮୮ ଜଣ ଏନ୍ ସି ସି କ୍ୟାଡେଟ୍‌ ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ ଠାରେ ଆୟୋଜିତ ଇଣ୍ଟର୍ ୟୁନିଟ୍ ରିପବ୍ଲିକ୍ ଡେ କ୍ୟାମ୍ପରେ ଅଂଶଗ୍ରହଣ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଗୋଷ୍ଠୀ ଓ ରାଜ୍ୟସ୍ତରୀୟ ରିପବ୍ଲିକ୍ ଡେ କ୍ୟାମ୍ପ୍ ପାଇଁ ଶ୍ରେଷ୍ଠ କ୍ୟାଡେଟ୍‌ମାନଙ୍କୁ ଚୟନ କରିବା। କ୍ୟାମ୍ପ୍ ଅବଧିରେ କ୍ୟାଡେଟ୍‌ମାନେ ବିଭିନ୍ନ କ୍ଷେତ୍ରରେ କଠିନ ପ୍ରଶିକ୍ଷଣ ଓ ମୂଲ୍ୟାଙ୍କନ ଦେଇ ଅତିକ୍ରମ କରିଛନ୍ତି। ପ୍ରଧାନମନ୍ତ୍ରୀ ରାଲି ପାଇଁ ଡ୍ରିଲ୍, ଗାର୍ଡ ଅଫ ଅନର୍, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ, ଶ୍ରେଷ୍ଠ କ୍ୟାଡେଟ୍ ଚୟନ ଓ ନେତୃତ୍ୱ କାର୍ଯ୍ୟ। କ୍ୟାମ୍ପଟି କଟକ ଏନସିସି ଗ୍ରୁପର ଗ୍ରୁପ୍ କମାଣ୍ଡର୍ କର୍ଣ୍ଣେଲ୍ ସତ୍ୟବ୍ରତ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଅନୁଭବୀ ଅଧିକାରୀ, ପିଆଇ ଷ୍ଟାଫ୍ ଓ ଅସୋସିଏଟ୍ ଏନସିସି ଅଫିସରମାନଙ୍କ ଯୋଗଦାନରେ ସଫଳତାର ସହିତ ଆୟୋଜିତ ହୋଇଛି। ଏହା ଯୁବ ସଶକ୍ତିକରଣ ଓ ନାଗରିକ ଦାୟିତ୍ୱବୋଧର ଭାବନାକୁ ଉଦ୍‌ଭାସିତ କରିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ତାହାର ଐତିହାସିକ ଗୌରବ ଓ ଶିକ୍ଷାଗତ ଉତ୍କୃଷ୍ଟତା ସହିତ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଉପଯୁକ୍ତ ପ୍ଲାଟଫର୍ମ୍ ରୂପେ ପରିଗଣିତ ହୋଇଛି। ଏହି କ୍ୟାମ୍ପ୍ ଯୁବସମାଜ ମଧ୍ୟରେ ଦେଶପ୍ରେମ ଓ ସହଭାଗୀତାର ମନୋଭାବକୁ ଉତ୍ସାହିତ କରିବା ସହିତ ଭବିଷ୍ୟତର ନେତୃତ୍ୱ ଗଠନର ଏକ ମଞ୍ଚ ଭାବେ ମଧ୍ୟ କାର୍ଯ୍ୟ କରୁଛି। କ୍ୟାମ୍ପର ଉଦଯାପନୀ ସମାରୋହରେ ଗାର୍ଡ୍ ଅଫ୍ ଅନର୍, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଓ ଶ୍ରେଷ୍ଠ କ୍ୟାଡେଟ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ, ଅଧିକାରୀ, ଷ୍ଟାଫ ଓ ଶିକ୍ଷାବିତମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ