ଆଂଚଳିକ ଚକ୍ଷୁ ପରୀକ୍ଷା ଶିବିର

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଶୁକ୍ରବାର ଦିନ ବାଂଶପାଳ ବ୍ଲକର ବାୟାକୁମୁଟିଆ ପଂଚାୟତଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ କେନ୍ଦୁଝର, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ, ଓସ୍କା, ବାୟାକୁମୁଟିଆ ପଂଚାୟତ ଓ ଭୂମିକା ଚିକିତ୍ସାଳୟ, କେନ୍ଦୁଝର ମିଳିତ ସହଯୋଗରେ ଆୟୋଜିତ ଶିବିରକୁ ତେଲକୋଇ ବିଧାୟକ ଡକ୍ଟର ଫକିର ମୋହନ ନାଏକ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଡକ୍ଟର ଫକୀର ମୋହନ ନାୟକ ଅନ୍ଧତ୍ୱ ଦୂରୀକରଣ ଅଭିଯାନ ମାଧ୍ୟମରେ ଆଦିବାସୀ ଓ ବନବାସୀ ମାନଙ୍କର ଚକ୍ଷୁ ପରୀକ୍ଷା,ମୋତିଆ ବିନ୍ଦୁ ଚିହ୍ନଟ କରିବା ଓ ଦୃଷ୍ଟି ବାଧିତ ବ୍ୟକ୍ତିଙ୍କୁ ସେବା ପ୍ରଦାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ବରିଷ୍ଠ ସମାଜସେବୀ ଭକ୍ତବତ୍ସଳ ମହାନ୍ତିଙ୍କ ସଂଯୋଜନାରେ ରୋଟାରୀ କ୍ଲବ କେନ୍ଦୁଝରର ସଭାପତି ରୋଟାରିୟାନ୍ ହରିହର ମହାନ୍ତଙ୍କ ତତ୍ତ୍ୱାବଧାନରେ ଭୂମିକା ଚକ୍ଷୁ ଚିକିତ୍ସାଳୟ କେନ୍ଦୁଝର ଜୋନାଲ ମ୍ୟାନେଜର କର୍ଣ୍ଣାଟ କିଶୋର ଜେନା, ଅପଟମ ସୟନ ସୁନ୍ଦର ମାଇତି,ଭିଜନ ଟେକ୍ନିସିଆନ୍ ଲାଲିମା ଜେନା,ପୂଜାରାଣୀ ମହାନ୍ତ,ସ୍ୱାସ୍ଥ୍ୟ ସେବିକା ସବିତା ନାୟକ ଓ ମଧୁସ୍ମିତା ବେହେରା ପ୍ରମୁଖ ୧୦୭ ଜଣ ବରିଷ୍ଠ ନାଗରିକ,ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ସେମାନଙ୍କୁ ପ୍ରାଥମିକ ସେବା ଯୋଗାଇ ଦେବା ସହ ଚକ୍ଷୁ ପରୀକ୍ଷା ନିମନ୍ତେ ପରାମର୍ଶ ପ୍ରଦାନ କରିଯାଇଛି । ବାୟାକୁମୁଟିଆ,ତଳକାଇପୁର,ଗଣ୍ଡିଯୋଡା,ବାୟାପଣ୍ଡାଦର,ବାୟାକୁମୁଟିଆ,କଣ୍ଠଦାସ,ମାମଲାପଶି,ମୁଣ୍ଡୁଳା ଗ୍ରାମରୁ ୧୮ ବରିଷ୍ଠ ନାଗରିକ ଚିହ୍ନଟ କରାଯାଇ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଅସ୍ତ୍ରୋପଚାର ନିମନ୍ତେ ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ପ୍ରେରଣ କରାଯାଇଛି । ଓସ୍କାର ସଂପାଦିକା ଧରିତ୍ରୀ ରାଉତ,
ରୋଟାରିୟାନ୍ ରାଜଲକ୍ଷ୍ମୀ ସ୍ୱାଇଁ,ସୁନିତା ମହାନ୍ତି,ସୁରେଶ ଚନ୍ଦ୍ର ଖଟୋଇ,ଡାକ୍ତର ସଂଜୀବ କୁମାର ଓତା,ବାୟାକୁମୁଟିଆ ସରପଂଚ ମିତ୍ରଭାନୁ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଶିବିରରେ ମୁଖ୍ୟ ଅତିଥି ଡାକ୍ତର ଫକିର ମୋହନ ନାୟକଙ୍କ ହାତରେ ଗରିବ ଆଦିବାସୀ ଓ ବନବାସୀ ୨୨ ଜଣଙ୍କୁ ଚାଳିସିଆ ଚଷମା ବଂଟନ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ