ବଉଳା କଲେଜରେ ଅବସର ସମ୍ବର୍ଦ୍ଧନା ସଭା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପାଶ୍ୱର୍ବର୍ତ୍ତୀ ହାଟଡିହୀ ବ୍ଲକ ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋସୋ ପରିସରରେ ଆଜି ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନାମ ଚରଣ ପଣ୍ଡିତଙ୍କୁ ଅବସର ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟକ୍ଷ ଅଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ଅଧ୍ୟାପକ ଅନିରୁଦ୍ଧ ରାଉତ, ନରେଶ ଚନ୍ଦ୍ର ପ୍ରଧାନ, ହେମନ୍ତ କୁମାର ନାଥ, ଅଧ୍ୟାପିକା ଶୁଶ୍ରୀ ବବିତା ଠାକୁର ପ୍ରମୁଖ ଯୋଗଦେଇ କର୍ମଚାରୀ ଅନାମ ଚରଣଙ୍କ କର୍ତବ୍ୟ ନିଷ୍ଠା ଓ ସୁଗୁଣାବଳୀ ଉପରେ ଆଲୋପାତ କରିଥିଲେ । ତାଙ୍କର ଉତ୍ତମ ଆଚାର ବ୍ୟବହାର ପାଇଁ ସେ ସମସ୍ତଙ୍କ ପ୍ରିୟ ଥିଲେ ବୋଲି ଅତିଥି ମାନେ କହିଥିଲେ । ଏହି ଅବସରରେ ଶ୍ରୀ ପଣ୍ଡିତଙ୍କୁ ଯୁକ୍ତଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟାପକ ସଚ୍ଚିନ୍ଦ୍ର କୁମାର ରାଉତରାୟ, ଜିତେନ୍ଦ୍ର ମହାନ୍ତି, ଅର୍ଚ୍ଚନା ପ୍ରଧାନ, କର୍ମଚାରୀ ଦୟାନିଧି ଦାସ, ଦୁର୍ଯୋଧନ ବାରିକ୍‌, ଗୌରାଙ୍ଗ ଚରଣ ବେହେରା, ନିର୍ମଳା ନାଇକ,ବରିଷ୍ଠ କିରାଣୀ ନାରାୟଣ ଚନ୍ଦ୍ର ରାଉତ୍ ଏବଂ ରାଜ କିଶୋର ପାତ୍ର ସହଯୋଗ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘ବନ୍ଦେ ମାତରମ୍‌’ ସଙ୍ଗୀତ ଗାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ