ଛୁଟିରେ ଯାଉଛନ୍ତି ପ୍ରଧାନଶିକ୍ଷକ, ଜାଣିପାରୁନାଁହାନ୍ତି ଉଚ୍ଚ କର୍ତ୍ତୃପକ୍ଷ

ହାଟଡିହି (ଓ୍ବାଇଏନଏସ): ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ଛୁଟିରେ ଗଲେ ସାଧାରଣତଃ ବିଇଓ ଅଫିସକୁ ସି ଆର ସି ସି ମାନଙ୍କ ଜରିଆରେ ଜଣାଇବା କଥା l କିନ୍ତୁ ହାଟଡିହି ବ୍ଲକରେ ଏହି ନିୟମ କଡାକଡି ଭାବେ କାର୍ଯ୍ୟକାରୀ ହେଉନାହିଁ l ଗତ ନଭେମ୍ବର ୬ ତାରିଖ ଦିନ ଭାତକରୁଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଛୁଟିରେ ଥିଲେ।  ଆଉ ଜଣେ ସହକାରୀ ଶିକ୍ଷକ ଦିନ ଦୁଇଟାରୁ ବିଦ୍ୟାଳୟ ଛୁଟି କରିଦେଲେ l ଏ ସଂକ୍ରାନ୍ତରେ ବିଇଓ ଙ୍କୁ ପଚାରିବାରୁ ପ୍ରଧାନଶିକ୍ଷୟିତ୍ରୀ ଛୁଟିରେ ଯାଇଛନ୍ତି କିନ୍ତୁ ଆମ ପାଖରେ କିଛି ସୂଚନା ନାହିଁ ବୋଲି ଉତ୍ତର ଦେଲେ  l ସେ ଦିନ ମଧ୍ୟ ସି ଆର ସି ସି ଛୁଟିରେ ଥିବାରୁ ସେ ମଧ୍ୟ ଏ ବିଷୟରେ ଜାଣିନଥିଲେ l କଥା ଉଠୁଛି ଯଦି ପ୍ରଧାନଶିକ୍ଷକ ଓ ସି ଆର ସି ସି ମାନେ ଯଦି ଉପରିସ୍ଥ ଅଧିକାରୀଙ୍କ ଅଗୋଚରରେ ଏଭଳି ଛୁଟିରେ ରହିବେ ତେବେ ବିଦ୍ୟାଳୟର ଅବସ୍ଥା କଣ ହେବ l ସେହିପରି ସି.ଆର.ସି.ସି ମାନେ କେଉଁଠି ଛୁଟି ଆବେଦନ କରିବେ ସେନେଇ କାହା ପାଖରେ ସୂଚନା ନାହିଁ। ତେଣୁ କିଛି ସି.ଆର.ସି.ସି ନିଜକୁ ଶିକ୍ଷା ବିଭାଗର ସର୍ବେ ସର୍ବା ଭାବି ମନ ଇଛା ସ୍କୁଲ ମାନଙ୍କୁ ଯିବା ଆସିବା କରୁଛନ୍ତି। ଅଧିକାଂଶ ସମୟରେ କିଛି ସି.ଆର.ସି.ସି ଛକ ବଜାର ମାନଙ୍କରେ ବୁଲୁଥିବା ବେଳେ ନିଜ ବ୍ୟକ୍ତିଗତ କାମରେ ଲାଗିଛନ୍ତି। ସେହିପରି ବିଭିନ୍ନ ବ୍ୟାଙ୍କ କାମ ଆଳ ଦେଖାଇ ପ୍ରଧାନଶିକ୍ଷକ ମାନେ ଦିନ ଗୋଟାଏ ରୁ ଆସି ଛକ ବଜାରରେ ବୁଲୁଥିବା ମଧ୍ୟ ନଜରକୁ ଆସିଛି l ଉପରିସ୍ଥ ଅଧିକାରୀ ମାନେ ଯଦି ସଠିକ ସମୟରେ ବାରମ୍ବାର ବିଦ୍ୟାଳୟକୁ ଯାଇ ତଦାରଖ କରୁଥାନ୍ତେ ତେବେ ଏ ଭଳି ପରିସ୍ଥିତି ସୃଷ୍ଟି ହୁଅନ୍ତା ନି ଳ ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ କାରଣ ଦର୍ଶାଅ ନୋଟିସ ଦିଆ ଯାଇଛି ଓ ସି.ଆର.ସି.ସି ମାନଙ୍କ ଛୁଟି ସମ୍ପର୍କରେ ଆଲୋଚନା ହୋଇଛି ଅତିଶୀଘ୍ର ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ