ଢେଙ୍କାରୁ ବିପୁଳ ପରିମାଣର ବିଦେଶୀ ମଦ ଜବଦ: ଅଭିଯୁକ୍ତ ଫେରାର

ହାଟଡିହି(ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ଅବକାରୀ ମୋବାଇଲ୍ ସ୍କ୍ୱାର୍ଡ଼ ପକ୍ଷରୁ  ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଢେଙ୍କାରେ ଗତ ମଙ୍ଗଳବାର ରାତିରେ ଚଢ଼ାଉ କରାଯାଇ ୧୩୭ ଲିଟର ବିଦେଶୀ ମଦ ଜବତ କରିଛି।  ଚଢ଼ାଉ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ଅଭିଯୁକ୍ତ ଫେରାର୍ ହେବାରେ ସକ୍ଷମ ହୋଇଛି। ବେଆଇନ ମଦ କାରବାର ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ, କେନ୍ଦୁଝର ଅବକାରୀ ବିଭାଗକୁ ଏହି ସଫଳତା ମିଳିଛି। ଢେଙ୍କାରେ ବେଆଇନ ମଦ ବିକ୍ରୟ କରୁଥିବା ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ମୋବାଇଲ୍ ସ୍କ୍ୱାର୍ଡ଼ ଢେଙ୍କା ଗ୍ରାମର ପ୍ରଭାକର ମହାନ୍ତିଙ୍କ ଘରେ ଚଢାଉ କରିଥିଲା। ଚଢ଼ାଉ ଖବର ପାଇ, ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ବେଳେ ଘର ଭିତରେ ବିକ୍ରୀ ଉଦେଶ୍ୟରେ ଥିବା ବିପୁଳ ବିଦେଶୀ ମଦକୁ ଜବଦ କରିଥିଲା।  ଏହି ଚଢ଼ାଉରେ ବିଭିନ୍ନ ବ୍ରାଣ୍ଡର ୯୪ ଲିଟର ବିଦେଶୀ ମଦ ଏବଂ ୪୩ ଲିଟର ବିୟର୍ ଜବତ କରାଯାଇଥିଲା । ଯାହାର ପରିମାଣ ସର୍ବମୋଟ ୧୩୭ ଲିଟର ଥିଲା । ଏନେଇ ଏକ ମାମଲା ପଞ୍ଜିକୃତ କରାଯାଇ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ଅବକାରୀ ମୋବାଇଲ୍ ସ୍କ୍ୱାର୍ଡ଼ ସବ ଇନ୍ସପେକ୍ଟର  ରୋହିତ ନାୟକ । ଉକ୍ତ ଚଢ଼ାଉ ସମୟରେ ମାଜିଷ୍ଟେଟ ଭାବେ ହାଟଡିହି ତହସିଲଦାର ଶିବବ୍ରତ ତ୍ରିପାଠୀ, ସୋ ସୋ ଥାନା ଆଇ.ଆଇ.ସି ଶିବ ଶଙ୍କର ଆଲଦା ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର ମାସ ୧୪ ତାରିଖରେ ସୋସୋ ଥାନା ପୋଲିସ ଉକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି୧୪୪ ଲିଟର ବିଦେଶୀ ମଦ ଜବଦ କରିବା ସହିତ ପ୍ରଭାକରକୁ ଗିରଫ କରିଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାଇ ଜବଦ ହୋଇଥିବା ମଦ ସମୁଦ୍ରକୁ ଶଙ୍ଖେ ସଦୃଶ। ଅଧିକାଂଶ ସମୟରେ ତାଙ୍କ ଘରେ ବହୁ ପରିମାଣର ବିଦେଶୀ ମଦ ଗଛିତ ରଖାଯାଇଥାଏ। ବିଭାଗ କିପରି ଏତେ କମ ପରିମାଣର ମଦ ଜବଦ କଲା ତାକୁ ନେଇ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ବ୍ୟକ୍ତିଙ୍କ ଘରକୁ ହାଟଡିହି ଅବକାରୀ ବିଭାଗ ପୂର୍ବରୁ ଚଢ଼ାଉ ପାଇଁ ଯିବାବେଳେ ମଦ ବେପାରୀ ଜଣକ ଚତୁରତାର ସହିତ ପୋଷା କୁଜୁରକୁ ଫିଟାଇ ଦେଇଥାଏ। ଯାହା ଦ୍ୱାରା ଅବକାରୀ ବିଭାଗ ଘରେ ପସି ନପାରି ଫେରି ଆସିବାକୁ ବାଧ୍ୟ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ