ନୂଆପଡ଼ା ଓ ବିହାର ବିଜୟ ଉତ୍ସବ ପାଳିଲା କେନ୍ଦୁଝର ବିଜେପି

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ନୂଆପଡ଼ା ଓ ବିହାର ର ପ୍ରଚଣ୍ଡ ବିଜୟର ଖୁସିରେ କେନ୍ଦୁଝର ବିଜେପି ପାଳିଲା ବିଜୟ ଉତ୍ସବ। ଶୁକ୍ରବାର ନୂଆପଡ଼ା ଏବଂ ବିହାର ର ନିର୍ବାଚନ ଫଳାଫଳ ବିଜେପି କୁ ପ୍ରଚଣ୍ଡ ବିଜୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ରେ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ମହଲରେ ଖୁସିର ଲାହାରୀ ଖେଳିଯାଇଛି। ଏହି ବିଜୟ ଖୁସିକୁ ପ୍ରକଟ କରି ବିଜେପି ନେତା ଏବଂ କାର୍ଯ୍ୟକର୍ତ୍ତା ମାନେ କେନ୍ଦୁଝର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଣ ଫୁଟାଇ ମିଠା ବାଣ୍ଟି ବିଜୟ ଉତ୍ସବ ପାଳିଥିଲେ। ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ ଏବଂ ବିଜୟ ହାସଲ ଓଡ଼ିଶାର ରାଜନୈତିକ ଚିତ୍ରପଟ୍ଟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ନୂଆପଡ଼ାବାସୀ ବିରୋଧୀ ଦଳମାନଙ୍କର ଅପପ୍ରଚାର ଓ ମିଥ୍ୟା ପ୍ରତିଶୃତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ବିକାଶକୁ ସମର୍ଥନ କରି ଭାରତୀୟ ଜନତା ପାର୍ଟି ସପକ୍ଷରେ ଏକ ସ୍ପଷ୍ଟ ଜନାଦେଶ ଦେଇଛନ୍ତି ବୋଲି ଜିଲ୍ଲା ସଭାପତି ଶୁକଦେ ମହାନ୍ତ ପ୍ରକାଶ କରିଛନ୍ତି। ଏହି ଉତ୍ସବ ରେ କେନ୍ଦୁଝର ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ,ନଗର ସଭାପତି ଅସିତ ନନ୍ଦନ ମହାନ୍ତି,ପୂର୍ବତନ ଜିଲ୍ଲା ସଭାପତି ଅଶ୍ୱିନୀ ପଟ୍ଟନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ,ବିରଜା ମିଶ୍ର,ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଜିଲ୍ଲା ଉପସଭାପତି ଗୋପୀନାଥ ରାମ,ସାଂସଦ ପ୍ରତିନିଧି ହରିହର ମହାନ୍ତ ଏବଂ ବରଦା ପ୍ରସାଦ ସାହୁ,ଶ୍ୟାମ ସୁନ୍ଦର ନାଏକ,ରଞ୍ଜନ ତ୍ରିପାଠୀ,ପ୍ରକାଶ ଚନ୍ଦ୍ର ସୂତ୍ରଧର,ଜିଲ୍ଲା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ,ନଗର ମଣ୍ଡଳ ଉପସଭାପତି ପ୍ରଦୀପ ବେହେରା,ଦୁର୍ଯ୍ୟୋଧନ ସାହୁ,ମଞ୍ଜରୀ ମୁର୍ମୁ, ସାଧାରଣ ସମ୍ପାଦକ ରାଜେନ୍ଦ୍ର ପାତ୍ର, ସମ୍ପାଦକ ଦୁର୍ଗା ବାରିକ,ମନରଞ୍ଜନ ମିଶ୍ର, ସତ୍ୟନାରାୟଣ ବାରିକ, ନରଣପୁର ମଣ୍ଡଳ ସଭାପତି ରତିକାନ୍ତ ସାହୁ,ରବୀନ୍ଦ୍ର ମହାନ୍ତ, ଯୁବନେତା ଭାରତ ଭୂଷଣ କୁଅଁର,ପ୍ରିୟବ୍ରତ ଜେନା, ଜଗମୋହନ କର,ରୋହିତ ରଞ୍ଜନ ବାରିକ, ବିଷ୍ଣୁ ଦତ୍ତ ବାରିକ, ଟିକେଶ୍ୱର ଚନ୍ଦନ ଜେନା, ସୌମ୍ୟ ରଞ୍ଜନ ମହାନ୍ତ, ଅକ୍ଷୟ ମହାରଣା, ଜେମ୍ସ ମେହେନ, ସୁରଜ ବାରିକ, ବିଜୟ ପଣ୍ଡା, ସୁଶୀଲ ନାଏକ, ସମ୍ବିତ ପ୍ରଧାନ, ଦିବ୍ୟଜ୍ୟୋତି ନାୟକ, ସୁବ୍ରତ ପାତ୍ର, ଆଶୀର୍ବାଦ ନନ୍ଦ ତଥା ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ