ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୬ ତମ ଜୟନ୍ତୀ ସହରର କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡାକ୍ତର ଦେବସ୍ମିତା ଶର୍ମା ଅଧ୍ୟକ୍ଷତା କରି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ କହିଲେ ଜବାହରଲାଲ ନେହେରୁଙ୍କ ଅବଦାନ ଭାରତ ପାଇଁ ଅତୁଳନୀୟ ଥିଲା। ତାଙ୍କ ଅବଦାନ ସମ୍ପର୍କରେ ବର୍ତ୍ତମାନର ଯୁବପୀଢି ଅଧ୍ୟୟନ କରିବା ଆବଶ୍ୟକ। ଭାରତରେ ଆଜି ଯାହା ବିକାଶ ଦେଖୁଛନ୍ତି ତାହାର ବିଶ୍ୱକର୍ମା ଥିଲେ ପଣ୍ଡିତ ନେହେରୁ। ତାଙ୍କ ଭଳି ଜନନେତା ବର୍ତ୍ତମାନ ସମୟରେ ଦେଶରେ ବିରଳ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ ଯୋଗଦେଇ କହିଲେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ରାଜନୈତିକ ବିଚକ୍ଷଣତା ସଂକ୍ରାନ୍ତରେ ବର୍ତ୍ତମାନର ରାଜନେତାମାନେ ଅଧ୍ୟୟନ କରୁ ନାହାଁନ୍ତି। ତେଣୁ କେହି ତାଙ୍କ ଭଳି ଦକ୍ଷ ରାଜନେତା ହୋଇ ପାରୁନାହାଁନ୍ତି। ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ଜିଲ୍ଲା କିସାନ କଂଗ୍ରେସ ସଭାପତି ଜୟଦେବ ପରିଡ଼ା, ମହାକାଳପଡ଼ା କଂଗ୍ରେସ ନେତା ବିଭ୍ରାଂଶୁ ଶେଖର ଲେଙ୍କା ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଗୀରଥୀ ଜେନା, ମଙ୍ଗୁଳି ଚରଣ ବେହେରା, ରବିନାରାୟଣ ବେହେରା, ବିଧୁଭୂଷଣ ମହାପାତ୍ର, ମାନଗୋବିନ୍ଦ ଦାସ, ପ୍ରଭାକର ସାହୁ ପ୍ରମୁଖ ଦଳର ଶତାଧିକ ତୃଣମୂଳସ୍ତରର ନେତୃତ୍ୱ ଓ କର୍ମୀମାନେ ଉପସ୍ଥିତ ରହି ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ