ଅସହାୟ ତିନି ଜଣ ଶିଶୁଙ୍କୁ ଉଦ୍ଧାର କଲା ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନା ବ୍ଲକ ଅଧୀନସ୍ଥ କରଚବାଡ଼ି ପଞ୍ଚାୟତର ପଲ୍ଲୀ ଗଜପତି ଗ୍ରାମରେ ତିନି ଜଣ ଶିଶୁ ଅତି ଦୟନୀୟ ଅବସ୍ଥାରେ ରହୁଥିବା ଖବର ଚାଇ୍ଲଡ଼ ହେଲ୍ପ ଲାଇନକୁ ଆସିଥିଲା. ଖବର ଆସିବା ପରେ ଚାଇ୍ଲଡ଼ ହେଲ୍ପ ଲାଇନର ସଂଯୋଜିକା ସଙ୍ଗେ ସଙ୍ଗେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗଜପତିଙ୍କୁ ଅବଗତ କରାଇଥିଲେ. ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏହି ତିନି ଜଣ ଶିଶୁଙ୍କ ବିଷୟରେ ଜାଣିବାକୁ ପାଇବା ପରେ ମୋହନା ଠାରେ କାର୍ଯ୍ୟରତ ଏକତା ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଏହି ତିନି ଶିଶୁଙ୍କୁ ଉଦ୍ଧାର ପାଇଁ ନିର୍ଦେଶ ଦେଇଥିଲେ. ଉକ୍ତ ଶିଶୁଙ୍କୁ ଉଦ୍ଧାର କରିବା ନିମନ୍ତେ ଏକ ଟିମ ଗଠନ କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦେଶକ୍ରମେ ଏକତା ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମୀ ଅନିତା ନାୟକ, ମୋହନା ପୋଲିସକୁ ନେଇ ଏକ ଟିମ ଗଠନ କରି ପଲ୍ଲୀ ଗଜପତି ଗ୍ରାମକୁ ଯାଇଥିଲେ.ଏଠାରେ ଏହି ଟିମ  ଦେଖିବାକୁ ପାଇଲେ ଯେ 3 ଜଣ ଶିଶୁ ଅତି ଅସହାୟ ଅବସ୍ଥାରେ ଏକତ୍ର ରହୁଛନ୍ତି. ତାଙ୍କର ବାପା ଜଣେ ମଦପ୍ୟ ବ୍ୟକ୍ତି. ପ୍ରଚୁର ମଦ୍ୟପାନ କରି ବାହାରେ ବୁଲନ୍ତି ଶିଶୁଙ୍କର କୌଣସି ଯତ୍ନ ନିଅନ୍ତି ନାହିଁ. ଶୁଶୁଙ୍କର ମା ଦୀର୍ଘ 5 ବର୍ଷ ହେଲା ଛାଡି ଦେଇ ଦିଲ୍ଲୀ ପଳାଇଛନ୍ତି. ପଲ୍ଲୀ ଗଜପତିରେ ଉକ୍ତ ଶିଶୁଙ୍କର ମାଉସୀ ଥିଲେ ମଧ୍ୟ ଶିଶୁଙ୍କୁ ଅବହେଳା କରୁଥିଲେ. ଏହି 3 ଜଣ ଶିଶୁ ନିଜେ ରୋଷେଇ କରି ଖାଉଛନ୍ତି. ପ୍ରକାଶଥାଉକି, ଉକ୍ତ ଶିଶୁମାନେ ଅସହାୟରେ ଥିବା କଥା ଜାଣି ପୋଲିସ ଓ ଏକତା ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମୀ ଶିଶୁଙ୍କୁ ଥଇଥାନ କରିବା ପାଇଁ  ଯାଇଥିଲେ ମଧ୍ୟ ଶିଶୁଙ୍କ ମାଉସୀ ଓ ଗ୍ରାମବାସୀ ସହଯୋଗ କରିନଥିଲେ. ଉକ୍ତ ଟିମ 3ଟି ଶିଶୁଙ୍କ ବିଷୟରେ ଗ୍ରାମର ଲୋକଙ୍କ ସହ କଥା ହେଲା ପରେ 3 ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା. ବର୍ତ୍ତମାନ ଏହି 3 ଜଣ ଶିଶୁ ମୋହନା ଠାରେ ଏକ ଶିଶୁ ଯତ୍ନ କେନ୍ଦ୍ରରେ ରହିଛନ୍ତି. ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ତିନି ଜଣ ଶିଶୁଙ୍କୁ  ମାଗଣାରେ ଖାଇବା, ରହିବା ଓ ପାଠ ପଢିବା ପାଇଁ ବ୍ୟବସ୍ଥା କରି  ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ