ଲୁଟି ନେଲେ ୫ ଟନ୍ ପିଆଜ

ବିହାର – ପୁଣି ଥରେ ପିଆଜ ଚୋରି ଘଟଣା ସାମ୍ନାକୁ ଆସିଛି । ସାରା ଦେଶରେ ପିଆଜର ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଥିବା ବେଳେ ଏହାକୁ ଏକ ସୁଯୋଗ ଭବେ ଗ୍ରହଣ କରି ଏବେ ସାରା ଦେଶରେ ପିଆଜ ଚୋର ମାତିଛନ୍ତି ।ଗୁରୁବାର ରାତିରେ ବିହାରର କୈମୁର୍ ଜିଲ୍ଲା ଅନ୍ତର୍ଗତ ମୋହନିଆ ଥାନା ଅଞ୍ଚଳରେ ଆହ୍ଲାବାଦ ଯାଉଥିବା ଗୋଟିଏ ପିଆଜ ଭର୍ତ୍ତୀ ଟ୍ରକରୁ ୩.୫ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୫ ଟନ୍ ପିଆଜ ଲୁଟ୍ କରି ନେଇଛନ୍ତି ସଶସ୍ତ୍ର ଦୁର୍ବୃତ୍ତ । ସବୁଠାରୁ ଆଶ୍ଚର‌୍ୟ୍ୟଜନକ ଘଟଣା ଏହି କି ଯେ ଚୋର ମାନେ ଏଭଳି ସତର୍କତାର ସହ ପିଆଜ ଲୁଟିଛନ୍ତି ଯେ ପୋଲିସ ପାଇଁ ସେମାନଙ୍କୁ ଖୋଜିବା ପାଇଁ ଏକ ପ୍ରକାରର ଚାଲେଞ୍ଜ ହୋଇପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ