ମା’ ତାରିଣୀଙ୍କ ମନ୍ଦିର ପ୍ରକଳ୍ପ ର ଭିତ୍ତିପ୍ରସ୍ତ ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଆସନ୍ତା ରବିବାର ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଘଟଗାଁ ସ୍ଥିତ ମା’ ତାରିଣୀଙ୍କ ପୀଠ ର ଉନ୍ନତିକରଣ ର ଭୁମିପୂଜନ ଏବଂ ଭିତ୍ତିପ୍ରସ୍ତ ସ୍ଥାପନ କରିବେ। ୩୫୦ କୋଟି ଟଙ୍କା ବ୍ୟୟ ରେ ଏହି ମନ୍ଦିର ଉନ୍ନତିକରଣ ପ୍ରକଳ୍ପ ଭୂମିପୂଜନ ଉତ୍ସବ ରେ ସମସ୍ତ ବିଧାୟକ,ସାଂସଦ,ଜନପ୍ରତିନିଧିଙ୍କ ସହିତ ୩୦ ହଜାର ରୁ ଉର୍ଧ୍ଵ ମା’ଙ୍କ ଭକ୍ତ ତଥା ଜନସାଧାରଣ ଉପସ୍ଥିତ ରହିବେ ବୋଲି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ସୂଚନା ଦେଇଛନ୍ତି। ଘଟଗାଁ ସ୍ଥିତ ହାଇସ୍କୁଲ ପଡିଆ ରେ ନିର୍ମିତ ଅସ୍ଥାୟୀ ହେଲିପେଡ ରେ ଅବତରଣ କରିବା ପରେ ବିଜୟ ସମ୍ବର୍ଦ୍ଧନା ମଟର ସାଇକେଲ ରାଲିରେ ମୁଖ୍ୟମନ୍ତ୍ରୀ ମା’ ଙ୍କ ମନ୍ଦିର ପର୍ଯ୍ୟନ୍ତ ଯିବେ। ସେଠାରେ ମା’ ଙ୍କ ଦର୍ଶନ ଏବଂ ପୂଜା ପରେ ଚଣ୍ଡୀ ପାଠ ହେବା ପରେ ପୂର୍ଣ୍ଣାହୂତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସାମିଲ ହେବେ। ମହାରାଜ ଗୋବିନ୍ଦ ଭଞ୍ଜଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରିବା ପରେ ପ୍ରକଳ୍ପ ର ଭିତ୍ତିପ୍ରସ୍ତ ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ସ୍ଥାନୀୟ ଘଟଗାଁ ମିନି ଷ୍ଟାଡିଅମ ଠାରେ ଉପସ୍ଥିତ ଜନସାଧାରଣଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ ବୋଲି ଜିଲ୍ଲା ବିଜେପି ସଭାପତି କେନ୍ଦୁଝର ପ୍ରଦକ୍ଷଣ ଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏ ଅବସରରେ ବିଜେପି ରାଜ୍ୟ ପ୍ରବକ୍ତା ବିରଜା ମିଶ୍ର, ନଗରପାଳ ଶ୍ରୀମତୀ ନିକୁ ସାହୁ, ସାଂସଦ ପ୍ରତିନିଧି ହରିହର ମହାନ୍ତ,ନଗର ସଭାପତି ଅସିତନନ୍ଦନ ମହାନ୍ତି, ଦିଲୀପ ପଣ୍ଡା,ବିଶ୍ୱଜିତ ତ୍ରିପାଠୀ,ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ ପ୍ରମୁଖ ଉପସ୍ଥିତ ଥିଲେ। ମା’ ତାରିଣୀଙ୍କ ମନ୍ଦିରର ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଜିଲ୍ଲାବାସୀଙ୍କ ଉପସ୍ଥିତି କାମନା କରିଛନ୍ତି ଜିଲ୍ଲା ସଭାପତି ଶ୍ରୀ ଶୁକଦେବ ମହାନ୍ତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ