ଧାର୍ମିକ ସଦଭାବନାକୁ ନେଇ ହିନ୍ଦୁ ଓ ମୁସଲମାନ ମୁହାଁମୁହିଁ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ):  ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁଖ୍ୟ ବଜାର ର ହାଟ ଗଳିରେ  କେଉଁ ପୂର୍ବ ପୁରୁଷ ରୁ ଗୋଟେ ତ୍ରିନାଥ ମଣ୍ଡପ ଟିଏ ରହିଥିଲା ଯେଉଁଠି ପୂର୍ବ ସମୟ ରୁ ଏକ ବେଲ ଗଛ ଓ ତୁଳସୀ ଗଛ ରହିଥିଲା। ସ୍ଥାନୀୟ ଲୋକ ମାନେ ସେହିସ୍ଥାନରେ ତ୍ରିନାଥ ମେଳା କରିବା ସହିତ ଉକ୍ତ ବେଲ ଗଛ ଓ ତୁଳସୀ ଗଛ କୁ ପୂଜା କରି ଆସୁଥିଲେ ମାତ୍ର କିଛି ବର୍ଷ ପୂର୍ବେ କିଛି ମୁସଲମାନ ସମ୍ପ୍ରଦାୟ ଲୋକ ସେଠି ପୀର ବାବା ଙ୍କର ସ୍ଥାନ ଦର୍ଶାଇ ତାହାକୁ କବ୍ଜା କରି ମସଜିଦ ବନାଇବାକୁ ପ୍ରୟାସ କରିଥିଲେ, ସେହି ସମୟ ରେ ଦୁଇ ଧର୍ମ ଭିତରେ ବାଦ ବିବାଦ ହେବାରୁ ଆଇନ ଅନୁସାରେ ପ୍ରଶାସନ ଦ୍ୱାରା ଉକ୍ତ ସ୍ଥାନ କୁ ବନ୍ଦ କରାଯାଇଥିଲା ଯାହା ୨୦୧୨ ମସିହା ର କଥା ବୋଲି ସ୍ଥାନୀୟ ଅଞ୍ଚଳ ବାସୀ  ଦାବୀ କରୁଛନ୍ତି। ମାତ୍ର ଏବେ କିଛି ଦିନ ହେବ କିଛି ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତି ବନ୍ଦ ଥିବା ଉକ୍ତ ସ୍ଥାନକୁ ମନମୁଖି ଭାବେ ଖୋଲି ସେଠାରେ ତୁଳସୀ ଗଛ କାଟି ସେଇଟା ହିନ୍ଦୁଙ୍କ ପାର୍ଥନା ଜାଗା ନୁହେଁ ଏଇଟା  ମଜାର ବୋଲି ଦାବୀ କରୁଛନ୍ତି। ଯାହାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ର ସଭ୍ୟ ମାନେ ମଙ୍ଗଳବାର ଦିନ ତୀବ୍ର ବିରୋଧ ପଦର୍ଶନ କରିବା ସହ ଆଇନ ର ହସ୍ତକ୍ଷେପ ଲୋଡି ଉକ୍ତ ସ୍ଥାନକୁ ଆଇରନ ଓଲଡିଂ କରି ସବୁଦିନ ପାଇଁ ବନ୍ଦ କରିବାକୁ ନିଷ୍ପତି ନେଇଥିବା ବେଳେ କିଛି ମୁସଲିମ ଲୋକେ ଆସି ଏହା ପିର ବାବା ଙ୍କ ସ୍ଥାନ ବୋଲି ଦାବୀ କରି ଖୋଲିବାକୁ ଥାନା ର ଦ୍ୱାରସ୍ତ ହୋଇଛନ୍ତି। ଏହି ବିଷୟରେ ଅସ୍ତରଙ୍ଗ ଥାନା ଅଧିକାରୀ ଦୁର୍ଗାଚରଣ ମହାପାତ୍ର ଙ୍କୁ ପଚାରିବାରେ ସେକହିଛନ୍ତି ତଦନ୍ତ ପରେ ନିଷ୍ପତି ନିଆଯିବ। ଏବେ ସମ୍ଭାବ୍ୟ ଉତ୍ତେଜନା ପରିସ୍ଥିତି ଉପୁଜିବାକୁ ଥିବାରୁ ପ୍ରଶାସନ କିପରି ଏହି ସମସ୍ୟା ର ସମାଧାନ କରିବ ତାହା ଦେଖିବାକୁ ବାକି ରହିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ