ଅନସ୍ଲୋ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ସ୍ଥିତ ପିଏମଶ୍ରୀ ଅନସ୍ଲୋ ହାଇସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ମିନି ଷ୍ଟାଡିଅମ ପରିସର ରେ ଉଦଘାଟିତ ହୋଇଯାଇଛି, ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମାରୋହରେ ଅର୍ଜୁନ ପୁରସ୍କାରପ୍ରାପ୍ତ, ଅଲିମ୍ପିକ୍ସ ଖେଳାଳୀ ତଥା ଦୌଡ ରାଣୀ ଦୂତୀ ଚାନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ କ୍ରୀଡା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ଏହା ସହିତ ଭଲ ପରିଶ୍ରମ କରିଲେ ଜଣେ ସଫଳ କ୍ରୀଡ଼ାବିତ ହୋଇପାରିବେ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ସେ ପରାମର୍ଶ ଦେଇଥିଲେ, ସମ୍ମାନିତ ଅତିଥି ଭାବେ କୋଚ ତଥା ବ୍ରହ୍ମପୁର ଶାରୀରିକ ଏକାଡେମୀ ର ମୁଖ୍ୟ ସିମାଞ୍ଚଳ ବାରିକ, ଛତ୍ରପୁର ବିଇଓ ସୁଜିତ କୁମାର ପାଢ଼ୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମା ଶଙ୍କର ଦାଶ, ବରିଷ୍ଠ ଶିକ୍ଷୟତ୍ରୀ ସବିତାରାଣୀ ତ୍ରିପାଠୀ, ବିଦ୍ୟାଳୟ କ୍ୟାପଟେନ ଶୁଭଶ୍ରୀ ବେହେରା ପ୍ରମୁଖ ଯୋଗଦେଇ ଥିଲେ, ବରିଷ୍ଠ କ୍ରୀଡା ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ କାଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅରୁଣ କୁମାର ମାନସିଂ ସମସ୍ତ କ୍ରୀଡା କୁ ପରିଚାଳନା ରେ ସହଯୋଗ କରିଥିଲେ


