ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ
ଛତ୍ରପୁର,(ଓ୍ବାଇଏନଏସ): ଅଜଣା ଗାଡି ଧକ୍କା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି | ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ (୬୦)| ସୂଚନା ପ୍ରକାରେ ପ୍ରହଲ୍ଲାଦ ନିଜ ସ୍ତ୍ରୀ ସହିତ କାଳିଆବାଲି ରୁ ନିଜ ଘର କୁ ଚାଲି ଚାଲି ଯାଉଥିବା ବେଳେ ଏକ ଅଜଣା ଗାଡି ପ୍ରହଲ୍ଲାଦ କୁ ପଛରୁ ଧକ୍କା ଦେଇଥିଲା | ଘଟଣା ସ୍ଥଳରେ ପ୍ରହଲ୍ଲାଦ ଗୁରୁତର ଆହତ ହୋଇଥିଲେ | ଚମାଖଣ୍ଡି ପୋଲିସ ଘଟଣା ସ୍ଥଳରେ ପଂହଁଚି ଆହତ ପ୍ରହଲ୍ଲାଦ କୁ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ବଡମେଡ଼ିକେଲ କୁ ସ୍ଥାନାନ୍ତର କରିଥିଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ | ଏ ନେଇ ଚମାଖଣ୍ଡି ଥାନାରେ ୫୫୮/୨୫ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଜାରି ରହିଥିବା ଥାନା ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ସୂଚନା ଦେଇଛନ୍ତି|


