ଶେଷ ହେଲା ଯୁବୋତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଫକୀର ମୋହନ ସ୍ୱୟଂଚାଳିତ ମହାବିଦ୍ୟାଳୟରେ ଗତ କାଲି ଠାରୁ ଦୁଇ ଦିନ ଧରି ଚାଲି ଥିବା ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ-୨୦୨୬, ଯୁବୋତ୍ସବ ଆଜି ଉଦଯାପନ ହେଇଯାଇଛି । ଏହି ‘ଯୁବୋତ୍ସବ’ କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର ଏବଂ ବାଲେଶ୍ୱର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏଠାରେ ସର୍ବମୋଟ ୬୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କର ବୟସ ୧୫ ରୁ ୨୯ ବର୍ଷ ମଧ୍ୟରେ ଥିଲା । ଏହି ଯୁବୋତ୍ସବରେ ମୋଟ ସାତଟି ପ୍ରତିଯୋଗୀତା ରଖାଯାଇଥିଲା । ଏଥି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମଧ୍ୟ ରହିଥିଲା ଏହି ପ୍ରତିଯୋଗିତାଗୁଡିକରେ ୧ମ, ୨ୟ ଏବଂ ୩ୟ ସ୍ଥାନ ଅଧିକାର କରିଥିବା ଯୁବକ ଓ ଯୁବତୀ ମାନଙ୍କୁ ନଗଦ ଅର୍ଥରାଶି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଛି । ୧ମ ଓ ୨ୟ ସ୍ଥାନ କରିଥିବା ଦଳ ଏବଂ ଏକାକୀ ପ୍ରତିଯୋଗୀମାନଙ୍କୁ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଭାଗ ନେବେ । ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିଭା ବେହେରା ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁସିରାମ ଗହିର ଉପସ୍ଥିତ ଥିଲେ । କୃତି ଯୁବ ଓ ଯୁବତୀଙ୍କୁ ପୁରକୃତ କରାଗଲା


