କ୍ରିକେଟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଟିମକୁ ସମ୍ୱର୍ଦ୍ଧିତ କଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସ୍ଥାନୀୟ ରାମନଗର ସ୍ଥିତ ପଡିଆରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ ପ୍ରତିଯୋଗିତାରେ ବିଜୟୀ ଲାଭ କରିଥିବା ଗଜପତି ଟିମକୁ ସମ୍ୱର୍ଦ୍ଧନା କରିଛନ୍ତି। ସେ ଉପସ୍ଥିତ ଥିବା ଟିମ୍ ମ୍ୟାନେଜର ଓ କୋଚ୍ ତଥା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତିଯେ, ଏହିଭଳି ବିରଳ ଉଦ୍ୟମ ସେମାନଙ୍କୁ ମାନସିକ ଓ ଶାରିରୀକ ସ୍ତରରେ ଶ୍ରେଷ୍ଠ ସ୍ଥାନକୁ ପହଞ୍ଚାଇ ପାରିଛି। ସେମାନେ ଏହି ବିଜୟରେ ଉଲ୍ଲସିତ ନହୋଇ ସଂଜମ ଓ ଶୃଙ୍ଖଳା ବଜାୟ ରଖି ଆଗ୍ରହର ସହ କ୍ରିକେଟ ଖେଳକୁ ଉତ୍ତମ ଭାବରେ ଅଭ୍ୟାସ ବଢ଼ାଇ ରଖି ଆଗାମୀ କ୍ରିକେଟ ପ୍ରତିଯୋଗିତାରେ ଗଜପତି ଜିଲ୍ଲା ପାଇଁ ପୁଣି ସମ୍ମାନ ଆଣନ୍ତୁ ବୋଲି ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ      ପରାମର୍ଶ ଦେଇଥିଲେ। ରାମନଗରର ଖେଳ ପଡିଆକୁ ଆହୁରି ଉନ୍ନତି କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଅଧ୍ଯକ୍ଷ ଗାବରା ତିରୁପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ,ପୂର୍ବତନ କ୍ରିକେଟିୟର ଦେବାଶୀଷ ପାଢୀ, ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ପ୍ରଦୀପ ନାୟକ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ