ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଜଣେ ବି ଚାଷୀଙ୍କୁ ମିଳିନାହିଁ ବୀମା ସହାୟତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଚଳିତ ବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ପ୍ରାୟ ସମସ୍ତ ଚାଷୀ ପ୍ରଭାବିତ ହୋଇ କ୍ଷତିଗ୍ରସ୍ତ ହୋଇଛନ୍ତି. ଫସଲ ଉଜୁଡି ଯାଇଥିବା ଏହି ଚାଷୀମାନେ କ୍ଷୟକ୍ଷତି ପାଇଁ ବୀମା ପାଇଁ ଆବେଦନ କରିଛନ୍ତି. ହେଲେ ଗଜପତି ଜିଲ୍ଲାର ଜଣେ ବି ଚାଷୀ ବୀମାଜନିତ କୌଣସି କ୍ଷୟକ୍ଷତିର ଭରଣ ପାଇଁ ବୀମା ଆବେଦନ କରିଛନ୍ତି. ହେଲେ ଗଜପତି ଜିଲ୍ଲାର ଜଣେ ବି ଚାଷୀ ବର୍ତ୍ତମାନ ସୁଦ୍ଧା ବୀମାରୁ କୌଣସି ସହାୟତା ପାଇ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି. କୋଟି କୋଟି ଟଙ୍କାର ଫସଲ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ଲଗାଣ ବର୍ଷାରେ କ୍ଷତି ଘଟିଥିଲା. ଯାହା କିଛି ବାକି ରହିଥିଲା ତାହା ପରେ ବାତ୍ୟା ମୋନ୍ଥାରେ ଉଜୁଡି ଯାଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରୁ ଚାଷୀଙ୍କ ଫସଲକୁ ସୁରକ୍ଷା ଦେବା ପାଇଁ ବୀମା କରିବା ପାଇଁ କୃଷି ବିଭାଗ ଓ ବୀମା କମ୍ପାନୀ ଚାଷୀଙ୍କୁ ପ୍ରବର୍ତ୍ତାଇଥିଲା। ଗଲା ୪/୫ବର୍ଷ ହେଲାଣି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନାମରେ ରିଲାଏନ୍ସ କମ୍ପାନୀ ଚାଷୀଙ୍କ ଠାରୁ ବୀମା ଆଦାୟ କରିଚାଲିଛି | ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସରେ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିଲେ ମଧ୍ୟ ବହୁତ କମସଂଖ୍ୟକ ଚାଷୀ ବୀମା ଟଙ୍କା ପାଆନ୍ତି। ଏହାର ପ୍ରତ୍ୟେକ୍ଷ ପ୍ରମାଣ ହେଲା ଚଳିତ ବର୍ଷ ହୋଇଥିବା ଲଗାଣ ବର୍ଷା ଓ ମୋନ୍ଥା ବାତ୍ୟାରେ ଜିଲ୍ଲାର ସମସ୍ତ ଚାଷୀଙ୍କ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ବୀମାଜନିତ କୌଣସି ସହାୟତା ପାଇନାହାନ୍ତି ବୋଲି ଗଜପତି ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ ସମଗ୍ର ଗଜପତି ଜିଲ୍ଲାରେ ଧାନ, ଉଦ୍ୟାନ, ମତ୍ସ ଚାଷ ଓ ଗୋପାଳନ ଆଦିରେ ମୋଟ 41 ହଜାର ଚାଷୀ ରହିଛନ୍ତି. ଚଳିତ ବର୍ଷର ଲଗାତାର ବର୍ଷା ଓ ବାତ୍ୟାରେ ପ୍ରାୟ ସମସ୍ତ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି. ସେମାନଙ୍କ ମଧ୍ୟରୁ ହଜାର ହଜାର ଚାଷୀ ଫସଲ କ୍ଷୟକ୍ଷତିଜନିତ ଭରଣ ପାଇଁ ବୀମା ଆବେଦନ କରିଛନ୍ତି. ହେଲେ ଆଜି ସୁଦ୍ଧା ଜଣେ ବି ଚାଷୀ ଗଜପତି ଜିଲ୍ଲାରୁ କୌଣସି କ୍ଷୟକ୍ଷତି ପାଇନାହାନ୍ତି. ପ୍ରଶାସନ ଓ ସରକାର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି କ୍ଷତିଗ୍ରସ୍ତ ଓ ବୀମା ପାଇଁ ଆବେଦନ କରିଥିବା ସମସ୍ତ ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି।


